Categories: ଜାତୀୟ

ହଠାତ୍‌ ବସ୍‌ର ବ୍ରେକ୍‌ ଫେଲ୍‌ ହେବାରୁ ଗଲା ୧୧ ଜୀବନ

ଚମ୍ପାରଣ,୧୦।୬: ଝାରଖଣ୍ଡ ଚମ୍ପାରଣରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସୋମବାର ଭୋର ସାଢ଼େ ୩ଟାରେ ଏକ ଯାତ୍ରୀବାହୀ ବସ୍‌ ଟ୍ରକକୁ ଧକ୍କା ଦେଇଛି। ଫଳରେ ଏହି ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ଲୋକ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଯାତ୍ରୀବାହୀ ବସ୍‌ ଗୁମଲାରୁ ମସୋଢ଼ୀକୁ ଯାଉଥିଲ। ସେହିପରି ମାଲବାହୀ ଟ୍ରକ ଛଡ଼ ନେଇଯାଉଥିବା ବେଳେ ହଠାତ୍‌ ଖରାପ୍‌ ହୋଇଯାଇଥିବାରୁ ଧନଓ୍ବା ଘାଟି ରାସ୍ତାରେ ଛିଡା ହୋଇଥିଲା। ସେହି ସମୟରେ ବସ୍‌ଟିିର ହଠାତ୍‌ ବ୍ରେକ ଫେଲ୍‌ ହେବାରୁ ଭାରସାମ୍ୟ ହରାଇ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୧୧ଜଣଙ୍କ ମୃତ୍ୟୁ ହୋଇଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍‌ରୁ ୧୧ଜଣଙ୍କ ମୃତଦେହ ଉଦ୍ଧାର କରିବା ସହ ଆହତଙ୍କୁ ଉଦ୍ଧାର କରାଯାଇ ଚମ୍ପାରଣ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ମୃତକଙ୍କ ଏ ପର୍ଯ୍ୟନ୍ତ ପରିଚୟ ମିଳିପାରି ନ ଥିବା ବେଳେ ସେମାନଙ୍କ ମଧ୍ୟରେ ଡ୍ରାଇଭର ଓ ହେଲପର ଥିବା ଜଣାପଡ଼ିଛି।

Share