ହଜି ଯାଉଛି ଅସନପାଟର ପରିଚୟ

କେନ୍ଦୁଝର, ୧୦ା୭ (ସ୍ବ.ପ୍ର.)- କେନ୍ଦୁଝର ଜିଲାର କଳା ସଂସ୍କୃତି ନିଆରା। ଏକଦା ଏଠାରେ ସାମରିକ କଳାର ପ୍ରତୀକ ସ୍ବରୂପ ଛଉ ନୃତ୍ୟର ପ୍ରସିଦ୍ଧି ରହିଥିଲା। ଝୁମ୍ପୁରା ବ୍ଲକ ଅଧୀନ ଅସନପାଟ ଗ୍ରାମ ଛଉ ଗ୍ରାମ ଭାବେ ପରିଚୟ ଲାଭ କରିଥିଲା। ଏଡି ପ୍ରାଚୀନ କଳାସଂସ୍କୃତିକୁ ବଜାୟ ରଖି ଆସିଥିବା ଗ୍ରାମର କଳାକାରମାନେ ପ୍ରୋତ୍ସାହନ ଓ ଭତ୍ତା ଭଳି ସରକାରୀ ସହାୟତା ଅଭାବରୁ କ୍ରମେ ଏହି ନୃତ୍ୟକଳା ଉପରୁ ମୁହଁ ଫେରାଇ ନେବାରେ ଲାଗିଛନ୍ତି। ଗାଁରେ ଗଢି ଉଠିଥିବା ନୃତ୍ୟମଣ୍ଡପଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି। ଦାରିଦ୍ର୍ୟ ତଥା ଅଭାବ ଅନଟନରେ ଦିନ ବିତାଉଥିବା କଳାକାରମାନେ ମୁହଁରେ ମାଖି ହେବାଲାଗି ରଙ୍ଗ ଏବଂ ପରିଧାନ ପୋଷାକପତ୍ର ଏବେ କିଣିପାରୁ ନାହାନ୍ତି। ଏଭଳି ଅବସ୍ଥା ଜାରି ରହିଲେ ଏହି ଛଉ ଗ୍ରାମର କଳା ସଂସ୍କୃତି ହଜିଯିବ ବୋଲି ଗ୍ରାମବାସୀ ଆଶଙ୍କା ବ୍ୟକ୍ତ କରିଛନ୍ତି।
କେନ୍ଦୁଝର ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥଠାରୁ ଅନତି ଦୂରରେ ରହିଛି ଅସନପାଟ ଗାଁ । ଝୁମ୍ପୁରା ବ୍ଲକଠାରୁ ଏହାର ଦୂରତା ୩୦ କି.ମି. । ଏହି ଗାଁରେ ରହିଛି ୬ଟି ସାହି। ପ୍ରତ୍ୟେକ ସାହିରେ ଗୋଟିଏ ଲେଖାଏ ଛଉ ନୃତ୍ୟ ଦଳ ରହିଛି ା ସେଗୁଡିକ ହେଲା ଲକ୍ଷ୍ମୀ ନାରାୟଣ ଛଉ ନାଟ୍ୟ ସଂଘ, ଶିବ ତାଣ୍ଡବ ନାଟ୍ୟ ସଂଘ, କେଦାରଗୌରୀ ନାଟ୍ୟ ସଂଘ, ହରପାର୍ବତୀ ନାଟ୍ୟ ସଂଘ, ଦୁର୍ଗତିନାଶିିନୀ ସଂଘ । ଏସବୁ ନୃତ୍ୟ ଦଳରେ ପାଖାପାଖି ୨୦ ଜଣ ଲେଖାଏ କଳାକାର ରହିଛନ୍ତି। ସେମାନେ ‘ସ୍ବର୍ଣ୍ଣପଦ୍ମା ବସ୍ତ୍ରହରଣ’, କିରାତ ଅର୍ଜୁନ, ଛଦ୍ମବେଶୀ, ଦଶଅବତାର, କାଞ୍ଚି ଅଭିଯାନ, ବଂଶୀ ଚୋରି, ଗରୁଡ ବାହାନ ଓ ‘କାଳି ରକ୍ତ’ ଭଳି ପୌରାଣିକ କାହାଣୀକୁ ନେଇ ଛଉନୃତ୍ୟ ପରିବେଷଣ କରିଥାନ୍ତି। ପ୍ରତ୍ୟେକ ସାହିରେ ନୃତ୍ୟାଭ୍ୟାସ ଓ ପରିବେଷଣ ଲାଗି ସ୍ଥାୟୀ ନୃତ୍ୟମଣ୍ଡପ ରହିଛି। ପ୍ରତିବର୍ଷ ପଣାସଂକ୍ର୍ରାନ୍ତି ସମୟରେ ଗ୍ରାମର ଆରାଧ୍ୟ ଦେବୀ ମା’ ବାସୁଳୀଙ୍କ ପୀଠକୁ ଏସବୁ ନୃତ୍ୟଦଳ ଆସି ପୂଜାପାଠ କରିଥାନ୍ତି। ସେମାନେ ବିଭିନ୍ନ ରଙ୍ଗବେରଙ୍ଗ ପୋଷାକ ପିିନ୍ଧି ପାରମ୍ପରିକ ଛଉନୃତ୍ୟ ପରିବେଷଣ କରିଥାନ୍ତି। ସାରା ରାତି ନୃତ୍ୟ ପରିବେଷଣ ହୋଇଥାଏ। ଆଖପାଖ ଅଞ୍ଚଳର ହଜାର ହଜାର ଦର୍ଶକ ରୁଣ୍ଡ ହୋଇ ନୃତ୍ୟ ଦେଖିଥାନ୍ତି। ତେଲଲୁଣ ସଂସାର ଭିତରେ ଛନ୍ଦି ହୋଇ ରହିଥିବା ଗ୍ରାମର କଳାକାରମାନେ ଏଯାଏ ପାରମ୍ପରିକ କଳାକୁ ବଞ୍ଚାଇ ରଖି ଆସିବାକୁ ଉଦ୍ୟମ କରି ଆସିଛନ୍ତି। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ନୃତ୍ୟମଣ୍ଡପସବୁ ନଷ୍ଟ ହୋଇ ଯାଉଥିବାରୁ ଆଉ ନୃତ୍ୟ ପରିବେଷଣ କରିବା ସମ୍ଭବ ହେଉନାହିଁ ା ଅସନପାଟ ଗ୍ରାମକୁ ‘ଛଉ ଗ୍ରାମ’ର ମାନ୍ୟତା ଦେଇ କଳାକାରଙ୍କୁ ପ୍ରୋତ୍ସାହନ ଓ ଅନ୍ୟ ସୁବିଧା ଯୋଗାଇ ଦେବା ଲାଗି ଗ୍ରାମବାସୀ ଦାବିକରି ନିରାଶ ହୋଇଥିବା କହିଛନ୍ତି। ଏଭଳି ସ୍ଥିତିରେ ଯୁବପିଢି ପ୍ରାଚୀନ ନୃତ୍ୟକଳାକୁ ଆଦରିବାକୁ ପସନ୍ଦ କରୁନାହାନ୍ତି ବୋଲି କହିଛନ୍ତି ଗ୍ରାମର ବିରଞ୍ଚି ନାଏକ । ଛଉନୃତ୍ୟ ଲାଗି ଜୀବନର ମଲ୍ୟବାନ ସମୟ ଦାନ କରିଥିବା ବହୁ ପୁରୁଣା କଳାକାର ଓ ନୃତ୍ୟଗୁରୁ ବର୍ତ୍ତମାନ ଅଭାବ ଅନଟନ ମଧ୍ୟରେ ଦିନ ବିତାଉଥିଲେ ମଧ୍ୟ ସେମାନଙ୍କୁ କଳାକାର ଭତ୍ତା ମିଳୁନାହିଁ। ସରକାର ଚାହିଁଲେ ଏହି କଳା ଓ କଳାକାରଙ୍କ ସୁରକ୍ଷା କରାଯାଇ ପାରିବ ବୋଲି ସ୍ଥାନୀୟ ଅଧିବାସୀ ସୁରେନ୍ଦ୍ର ବାରିକ କହିଛନ୍ତି। ନୃତ୍ୟଗୁରୁ ବିଦ୍ୟାଧର ନାଏକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସରକାର କଳା ଓ ସଂସ୍କୃତିର ସୁରକ୍ଷା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଛନ୍ତି। ଅଥଚ ଏହି ପୁରାତନ ନୃତ୍ୟକଳାର ସୁରକ୍ଷା ଲାଗି କୌଣସି ପଦକ୍ଷେପ ନିଆଯାଉ ନାହିଁ । ମୟୂରଭଞ୍ଜ ଜିଲାରେ ଛଉନୃତ୍ୟର ପ୍ରଚାର ପ୍ରସାର ଘଟିଥିବା ବେଳେ କେନ୍ଦୁଝର ଛଉନୃତ୍ୟ ସମ୍ପର୍କରେ ସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଜିଲାରେ ପାଣ୍ଠିର ଅଭାବ ନ ଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଆନ୍ତରିକତା ଅଭାବ ଯୋଗୁ ଏହି ନୃତ୍ୟକଳାର ବିକାଶ ହୋଇପାରୁନି। ଜିଲାରେ ଖଣିଜ ସମ୍ପଦ ବ୍ୟବହାର କରୁଥିବା ବଡବଡ ଶିଳ୍ପସଂସ୍ଥା ଅସନପାଟ ଛଉଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରି ଛଉକଳାର ବିକାଶ ଦିଗରେ କାର୍ଯ୍ୟ କଲେ ଲୋପ ପାଇବାକୁ ବସିଥିବା ଏହି ନୃତ୍ୟକଳା ସୁରକ୍ଷିତ ରହିପାରିବ ବୋଲି ଗ୍ରାମବାସୀ କହିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri