ହଂକଂ ପ୍ରତ୍ୟର୍ପଣ ବିଲ୍‌ ପ୍ରତ୍ୟାହୃତ

ହଂକଂ,୨୪ା୧୦(ଏଏଫ୍‌ପି): ହଂକଂରେ ୫ ମାସ ଧରି ବିକ୍ଷୋଭର କାରଣ ସାଜିଥିବା ବିବାଦୀୟ ପ୍ରତ୍ୟର୍ପଣ ବିଲ୍‌କୁ ବୁଧବାର ପ୍ରତ୍ୟାହାର କରାଯାଇଛି। ଲେଜିସ୍‌ଲେଟିଭ୍‌ କାଉନ୍‌ସିଲରେ ଏହି ନିଷ୍ପତ୍ତି ନିଆଯାଇଥିଲେ ହେଁ ବିକ୍ଷୋଭକାରୀଙ୍କ ଆନ୍ଦୋଳନ ଥମିବାର ନାଁ ନେଉନାହିଁ। କାରଣ ପ୍ରତ୍ୟର୍ପଣ ବିଲକୁ ପ୍ରତ୍ୟାହାର କରିବା ହେଉଛି ଗଣତନ୍ତ୍ର ସପକ୍ଷବାଦୀଙ୍କ ୫ ଦାବି ମଧ୍ୟରୁ ମାତ୍ର ଗୋଟିଏ। ସରକାରଙ୍କ ନିଷ୍ପତ୍ତି ପରେ ଚାଇନା ଶାସିତ ଏହି ସହରରେ ବିକ୍ଷୋଭକାରୀମାନେ ରାସ୍ତାକୁ ପୁଣି ଓହ୍ଲାଇଛନ୍ତି।
ସେମାନେ ବିଭିନ୍ନ ସ୍ଥାନରେ ପେଟ୍ରୋଲ ବୋମା ଫିଙ୍ଗିବା ସହ ବ୍ୟାପକ ପୋଡ଼ାଜଳା କରିଛନ୍ତି। ସ୍ଲୋଗାନ ଦେଇଛନ୍ତି, ‘ଗୋଟିଏ ନୁହେଁ, ସମସ୍ତ ୫ ଦାବି ପୂରଣ କର’।
ହଂକଂ ନେତା କେରି ଲାମ୍‌ କହିଛନ୍ତି, ପ୍ରତ୍ୟର୍ପଣ ବିଲ୍‌ ଏକ ଭଲ ବିଧେୟକ ହୋଇଥିଲେ ହେଁ ଏହାକୁ ପ୍ରତ୍ୟାହାର କରାଯାଇଛି। ସମସ୍ତ ସାବାଳକଙ୍କୁ ମତଦାନ ଅଧିକାର ଓ ଦଙ୍ଗା ଅଭିଯୋଗରେ ଗିରଫ ହୋଇଥିବା ବିକ୍ଷୋଭକାରୀଙ୍କୁ ରାଜକ୍ଷମା ଭଳି ଅନ୍ୟ ଦାବିଗୁଡ଼ିକୁ ପୂରଣ କରିବା ତାଙ୍କ ନିୟନ୍ତ୍ରଣ ବାହାରେ। ସେହିପରି ରାଜରାସ୍ତାରେ ଖଣ୍ଡଯୁଦ୍ଧ ବେଳେ ପୋଲିସର ନିର୍ମମ ଆଚରଣ ବିରୋଧରେ ନିରପେକ୍ଷ ତଦନ୍ତ ପାଇଁ ମଧ୍ୟ ଆନ୍ଦୋଳନକାରୀ ଦାବି କରିଛନ୍ତି। ପ୍ରତ୍ୟର୍ପଣ ବିଲ୍‌କୁ ପ୍ରତ୍ୟାହାର କରିନେବା ବଡ଼ କଥା ନୁହେଁ। ବହୁ ବିଳମ୍ବରେ ଏକ ଛୋଟ ଦାବିକୁ ସରକାର ମାନିନେଇଛନ୍ତି। ଏଥିଯୋଗୁ ବିଶେଷ କିଛି ଫରକ ପଡ଼ିବ ନାହିଁ ବୋଲି ୨୭ ବର୍ଷୀୟ ବିକ୍ଷୋଭକାରୀ କୋନ୍ନିଏ କହିଛନ୍ତି।
ପ୍ରକାଶ ଯେ, ୧୯୯୭ରେ ବ୍ରିଟେନର ଉପନିବେଶ ସହର ହଂକଂକୁ ଚାଇନାକୁ ହସ୍ତାନ୍ତର କରାଯାଇଥିଲା। ସେବେଠୁ ହଂକଂ ଚାଇନାର ଏକ ଅର୍ଦ୍ଧସ୍ବୟଂଶାସିତ ଅଞ୍ଚଳ ଭାବେ ପରିଗଣିତ ହୋଇଆସୁଛି ଏବଂ ଏହାର ଏକ ମିନି ସମ୍ବିଧାନ ରହିଛି। ହଂକଂର ସ୍ବତନ୍ତ୍ର ନ୍ୟାୟିକ ବ୍ୟବସ୍ଥା ଥିବାବେଳେ ହଂକଂର ରାଜନୈତିକ ବନ୍ଦୀ, ଅଧିକାର କର୍ମୀ ଓ ଅନ୍ୟ ଅପରାଧୀଙ୍କୁ ମାମଲାର ବିଚାର ପାଇଁ ଚାଇନାକୁ ପ୍ରତ୍ୟର୍ପଣ କରାଯିବା ଲାଗି ଗତ ଏପ୍ରିଲରେ ଏକ ବିଲ୍‌ ଅଣାଯାଇଥିଲା। ହଂକଂ ଓ ତାଇଓ୍ବାନ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତି ସ୍ବାକ୍ଷର ହୋଇ ନ ଥିଲା। ତାଇଓ୍ବାନର ଜଣେ ହତ୍ୟା ଅଭିଯୁକ୍ତଙ୍କୁ ତାଙ୍କ ଦେଶକୁ ପଠାଇବା ସମ୍ଭବ ନ ହେବାରୁ ମୁଖ୍ୟ କାର୍ଯ୍ୟନିର୍ବାହୀ କେରି ଲାମ୍‌ ଉକ୍ତ ସମସ୍ୟାର ସମାଧାନ ପାଇଁ ବିଲ୍‌ରେ କେତେକ ସଂଶୋଧନ ଆଣିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ହଂକଂବାସୀ ଏହାକୁ ନେଇ ଭୟଭୀତ ହୋଇଯାଇଥିଲେ। ହଂକଂର ସ୍ବାଧୀନତା ଛଡ଼ାଇନେବା ପାଇଁ ଏହା ବେଜିଂର ଏକ ଉଦ୍ୟମ ବୋଲି ସ୍ଥାନୀୟ ଲୋକେ ବିକ୍ଷୋଭ କରିଥିଲେ। ଅଦ୍ୟାବଧି ୨୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରାଯାଇଥିବାବେଳେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଶତାଧିକ ଆହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri