ହଂକଂରେ ଚାଇନାର ସେନା ମୁତୟନ

ବେଜିଂ, ୧୭ା୧୧(ପି.ଟି.) : ହଂକଂରେ ଗତ ୫ ମାସ ଧରି ଗଣତନ୍ତ୍ର ସପକ୍ଷବାଦୀଙ୍କ ବିକ୍ଷୋଭ ଜାରି ରହିଥିବାବେଳେ ପ୍ରଥମ ଥର ଲାଗି ଶନିବାର ଚାଇନା ପକ୍ଷରୁ ସେଠାରେ ପିଏଲ୍‌ଏ ସେନା ମୁତୟନ କରାଯାଇଛି। କୋଲୁନ୍‌ ଗ୍ୟାରିଶନଠାରେ ଚାଇନାର ସାଦା ପୋଷାକଧାରୀ ସେନା ମୁତୟନ ହୋଇଥିବା ଜଣାପଡ଼ିଛି। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ଓ ଯାତାୟତ ପଥ ସୁଗମକରିବା ଲାଗି ଚାଇନା ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି। ହଂକଂର ’ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ’ ପକ୍ଷରୁ ଏକ ରିପୋର୍ଟରେ ଏହା ଦର୍ଶାଯାଇଛି। ଗ୍ରୀନ୍‌ ଟି-ସାର୍ଟ ସହ ବ୍ଲାକ୍‌ ସର୍ଟ ପିନ୍ଧିଥିବା ଚାଇନା ସୈନ୍ୟ ବାପିଷ୍ଟ ୟୁନିଭର୍ସିଟି ନିକଟରେ ଥିବା ଜଣାପଡ଼ିଛି। ହିଂସା ରୋକିବା ଲାଗି ଏଭଳି ପଦକ୍ଷେପ ଚାଇନା ନେଇଛି। ହଂକଂ ସରକାର ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରାଯିବାର ନାହିଁ ବୋଲି ଜଣେ ସୈନ୍ୟ କହିଛନ୍ତି।

Share