Posted inଖେଳ

ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ସିକ୍କିମ ବିପକ୍ଷରେ ଓଡ଼ିଶାର ସହଜ ବିଜୟ

କଟକ ଅଫିସ,୧୨ା୧୧-
ସୁରଟର ଲାଲଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ଟୁର୍ନାମେଣ୍ଟର ଏକ ମ୍ୟାଚରେ ଓଡ଼ିଶା ୭ ଉଇକେଟରେ ସିକ୍କିମ୍‌କୁ ପରାସ୍ତ କରିଛି। ସିକ୍କିମ ପକ୍ଷରୁ ଧାର୍ଯ୍ୟ ୧୨୨ ରନର ବିଜୟ ଲକ୍ଷ୍ୟର ପିଛା କରି ଓଡ଼ିଶା ୧୭.୧ ଓଭରରେ ୩ ଉଇକେଟ ହରାଇ ୧୨୫ ରନ ସଂଗ୍ରହ କରି ନେଇଥିଲା।
ପ୍ରତିଯୋଗିତାରେ ଓଡ଼ିଶାର ଏହା ଥିଲା ପ୍ରଥମ ବିଜୟ। ପୂର୍ବରୁ ଝାଡ଼ଖଣ୍ଡ ଓ ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଉଭୟ ଦଳ ମଧ୍ୟରେ ପଏଣ୍ଟ ଭାଗ ହୋଇଛି। ମଙ୍ଗଳବାର ଜମ୍ମୁ-କାଶ୍ମୀର ବିପକ୍ଷରେ ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ ଖେଳିବ ।
ସିକ୍କିମ୍‌ ବିପକ୍ଷ ମ୍ୟାଚ୍‌ରେ ଉଇକେଟ କିପର ପ୍ରବୀଣ ଲୋହାଙ୍କୁ ପଦାର୍ପଣ ସୁଯୋଗ ଦିଆଯାଇଥିଲା। ସକ୍କିମ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୪ର୍ଥ ଓଭର ଶେଷ ବଲରେ ସ୍ପିନର ପପୁ ରାୟ ଓପନର ବିବେକ ଦିୱାଲିଙ୍କୁ ଉଇକେଟ କିପର ପ୍ରବୀଣଙ୍କ ଦ୍ୱାରା କ୍ୟାଚ୍‌ ଆଉଟ କରାଇଥିଲେ। ବିବେକ ୧୦ରନରେ ଆଉଟ ହୋଇଥିବା ବେଳେ ସିକ୍କିମ୍‌ର ଦଳୀୟ ସ୍କୋର ଥିଲା ୨୧। ଅନ୍ୟତମ ଓପନର ଆଶିଷ ଥାପ୍ପା ଓ ବ୍ୟାଟିଂ କ୍ରମ ୩ନଂରେ ଆସିଥିବା ଯଶପାଲ ସିଂ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୫୦ ଅତିକ୍ରମ କରାଇଥିଲେ । ଆଶିଷ ଧିମା ଗତିରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲା। ୩୬ବଲରୁ ୨୬ରନ କରିଥିବା ବେଳେ ଆଶିଷ ସନ୍ଦୀପ ପଟ୍ଟନାୟକଙ୍କ ଦ୍ୱାରା ରନଆଉଟ ହୋଇଥିଲେ। ଅଧିନାୟକ ଇକବାଲ ଅବଦୁଲା ୭ରନ ଓ ପାଲଜୋର ତମାଙ୍ଗ ୫ରନରେ ଯଥାକ୍ରମେ ସୂର୍ଯ୍ୟକାନ୍ତ ପ୍ରଧାନ ଓ ଅଙ୍କିତ ଯାଦବଙ୍କ ଶିକାର ହୋଇଥିଲେ। ଯଶପାଲ ୬୩ ଓ ଇଶ୍ୱର ଚୌଧୁରୀ ୬ରନକରି ଅନ୍ତିମ ପର୍ଯ୍ୟନ୍ତ ଅପରାଜିତ ଥିଲେ। ସିକ୍କିମ୍‌ ୪ ଉଇକେଟ ହରାଇ ୧୨୧ରନ କରିଥିଲା। ଅଙ୍କିତ ଯାଦବଙ୍କ ୪ ଓଭର ବୋଲିଂ ସ୍ପେଲ ପ୍ରଭାବଶାଳୀ ଥିଲା। ୧୭ରନ ବିନିମୟରେ ଅଙ୍କିତ ଗୋଟିଏ ଉଇକେଟ ଦଖଲ କରିଥିଲେ। ସୂର୍ଯ୍ୟକାନ୍ତ ଓ ପପୁ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ। ୩ ଉଇକେଟ ହରାଇବା ସହ ୧୭ଟି ବଲ ବାକି ରଖି ଓଡ଼ିଶା ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଦଳ ପକ୍ଷରୁ ଶୁଭ୍ରାଂଶୁ ସେନାପତି ସର୍ବାଧିକ ୪୪ରନ କରିଥିଲେ। ସେ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ। ଓପନିଂରେ ଆସିଥିବା ଅଧିନାୟକ ଗୋବିନ୍ଦ ପୋଦ୍ଦାର ୨୪ ଓ ସନ୍ଦୀପ ପଟ୍ଟନାୟକ ୨୦ରନର ଦ୍ରୁତ ଇନିଂସ ଖେଳିଥିଲେ। ବିପ୍ଳବ ସାମନ୍ତରାୟ ମଧ୍ୟକ୍ରମରେ ୩୦ରନର ଉପଯୋଗୀ ଇନିଂସ ଖେଳିଥିଲେ। ସିକ୍କିମର ପାଲଜୋର ତମାଙ୍ଗ ୨୦ରନ ବିନିମୟରେ ସର୍ବାଧିକ ୨ଟି ଉଇକେଟ ଅକ୍ତିଆର କରିଥିବା ବେଳେ ଅଧିନାୟକ ଇକବାଲଙ୍କୁ ଗୋଟିଏ ଉଇକେଟ ମିଳିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri