Posted inଖେଳ

ସୟଦ ମୁସ୍ତାକ ଅଲ୍ଲୀ ଟି୨୦: ପ୍ରବୀଣ ଲୋହା ନୂଆମୁହଁ: ବିପ୍ଳବଙ୍କ ପ୍ରତ୍ୟାବର୍ତ୍ତନ, ଗୋବିନ୍ଦ ଅଧିନାୟକ

କଟକ ଅଫିସ,୩୧ା୧୦-  ଆସନ୍ତା ନଭେମ୍ବର ୮ରୁ ଆରମ୍ଭ ହେବ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଘରୋଇ ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ଟୁର୍ନାମେଣ୍ଟ। ଓଡ଼ିଶା ଗ୍ରୁପ-ଇରେ ସ୍ଥାନ ପାଇଥିବା ବେଳେ ସୁରଟରେ ସମସ୍ତ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ବୁଧବାର ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ଦଳ ଘୋଷଣା କରାଯାଇଛି। ଦଳର ଅଧିନାୟକ ଦାୟିତ୍ୱକୁ ଫେରିଛନ୍ତି ଅଭିଜ୍ଞ ଗୋବିନ୍ଦ ପୋଦ୍ଦାର। ଉଇକେଟ କିପର ବ୍ୟାଟ୍ସମ୍ୟାନ ପ୍ରବୀଣ ଲୋହାଙ୍କୁ ନୂଆ ମୁହଁ ଭାବେ ଦଳରେ ସାମିଲ କରାଯାଇଛି। ଧଳା ବଲରେ ପ୍ରଦର୍ଶନକୁ ଭିତ୍ତିକରି ଦଳ ଗଠନ ହୋଇଛି ବୋଲି ଓସିଏ ପକ୍ଷରୁ କୁହାଯାଇଛି । ଏହି ଭିତ୍ତିରେ ବାଦ ପଡ଼ିଛନ୍ତି ଅନୁରାଗ ଷଡ଼ଙ୍ଗୀ। ଅନୁରାଗଙ୍କ ପ୍ରଦର୍ଶନ ଆଶାନୁରୂପ ଭଲ ନାହିଁ ବୋଲି ଚୟନ କମିଟି ଅଧ୍ୟକ୍ଷ ବିଷ୍ଣୁଦେବ ମହାନ୍ତି କହିଛନ୍ତି । ଉଇକେଟ କିପର ତଥା ଧୁଆଁଧାର ବ୍ୟାଟ୍ସମ୍ୟାନ ରାଜେଶ ଧୂପରଙ୍କୁ ପୁର୍ନବାର ଦଳରେ ସାମିଲ କରାଯାଇଛି । ଶୁଭ୍ରାଂଶୁ ଶେଖର ସେନାପତିଙ୍କୁ ଉପଅଧିନାୟକ ଦାୟିତ୍ୱରେ ରଖାଯାଇଛି । ଏହାଛଡ଼ା ଗତ ବିଜୟ ହଜାରେ ଟ୍ରଫିରେ ଦଳରୁ ବାଦ ପଡ଼ିଥିବା ବିପ୍ଳବ ସାମନ୍ତରାୟ ଟି୨୦ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅଙ୍କିତ ଯାଦବ, ସନ୍ଦୀପ ପଟ୍ଟନାୟକ, ଅଭିଷେକ ରାଉତ, ଅରବିନ୍ଦ ସିଂ ସ୍ଥାନ ବଜାୟ ରଖିଛନ୍ତି । ସ୍ପିନ ବୋଲିଂ ଦାୟିତ୍ୱ ପପୁ ରାୟ ଓ ଶୁଭମ ନାୟକଙ୍କ ଉପରେ ଥିବା ବେଳେ ରାଜେଶ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଦେବବ୍ରତ ପ୍ରଧାନ, ଆଶୁତୋଷ ଦାସ ପେସ୍‌ ଆକ୍ରମଣ ସମ୍ଭାଳିବେ। ଦଳ ଭଲ ପ୍ରଦର୍ଶନ କରିବାର ଆଶା ରହିଛି ବୋଲି ଚୟନ କମିଟି ଅଧ୍ୟକ୍ଷ ମହାନ୍ତି କହିଛନ୍ତି ।
ଓଡ଼ିଶା ଦଳ: ଗୋବିନ୍ଦ ପୋଦ୍ଦାର(ଅଧିନାୟକ), ଶୁଭ୍ରାଂଶୁ ଶେଖର ସେନାପତି (ଉପଅଧିନାୟକ), ବିପ୍ଳବ ସାମନ୍ତରାୟ, ଅରବିନ୍ଦ ସିଂ, ଅଭିଷେକ ରାଉତ, ସନ୍ଦୀପ ପଟ୍ଟନାୟକ, ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ଅଙ୍କିତ ଯାଦବ, ପପୁ ରାୟ, ପ୍ରବୀଣ ଲୋହା(ଉଇକେଟ କିପର), ରାଜେଶ ଧୂପର(ଉଇକେଟ କିପର), ଶୁଭମ ନାୟକ, ଆଶୁତୋଷ ଦାସ । ରଶ୍ମୀ ରଞ୍ଜନ ପରିଡ଼ା-କୋଚ୍‌, ଶୁଭକାନ୍ତ ସାହୁ-ଫିଜିଓ, ମନୋଜ କୁମାର ବିଶ୍ୱାଳ-ଟ୍ରେନର, ସଂଗ୍ରାମ କୁମାର ଗୁମାନ ସିଂ-ମ୍ୟାନେଜର ।

ଓଡ଼ିଶାର ମ୍ୟାଚ୍‌ସୂଚୀ
ତାରିଖ             ବିପକ୍ଷ
ନଭେମ୍ବର ୮    ଝାଡ଼ଖଣ୍ଡ
ନଭେମ୍ବର ୯     ଦିଲ୍ଲୀ
ନଭେମ୍ବର ୧୧  ସିକିମ୍‌
ନଭେମ୍ବର ୧୨  ଜମ୍ମୁ-କଶ୍ମୀର
ନଭେମ୍ବର ୧୪ ସୌରାଷ୍ଟ୍ର
ନଭେମ୍ବର ୧୫ ଗୁଜୁରାଟ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ଭାରତ-ପାକିସ୍ତାନ ମୁକାବିଲା ଆଜି

କଲମ୍ୱୋ, ୧୫।୨: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମୁକାବିଲା ରବିବାର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରୁ ବାଂଲାଦେଶକୁ ବାଦ୍‌ ଦିଆଯିବାକୁ ନେଇ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri