ପ୍ରଶ୍ନପତ୍ର,ବହି ଯୋଗାଇ ପାରୁନି ଶିକ୍ଷା ବିଭାଗ

ସିମୁଳିଆ,୩୧।୧୦(ଡି.ଏନ.ଏ.)- ଶିକ୍ଷାର ମାନବୃଦ୍ଧି ଲାଗି ବିଭିନ୍ନ ଉଦ୍ୟମ କରାଯାଉଥିବା କୁହାଯାଉଥିବା ବେଳେ ଏହାର ବାସ୍ତବ ଚିତ୍ର କିଭଳି ଭିନ୍ନ ତାହାର ନଜିର ଦେଖିବାକୁ ମିଳିଛି। ପ୍ରଶ୍ନପତ୍ର ଯୋଗାଇ ନ ପାରିବାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଷାଣ୍ମାସିକ ପରୀକ୍ଷା ବନ୍ଦ ଥିବା ବେଳେ ନବମ ଓ ଦଶମ ଶ୍ରେଣୀର ଏସ୍‌ସି ଏସ୍‌ଟି ଛାତ୍ରୀଛାତ୍ରଙ୍କୁ ଏଯାଏ ପାଠ୍ୟପୁସ୍ତକ ଦିଆଯାଇ ପାରି ନାହିଁ ା ଏ ନେଇ ଅଭିଭାବକ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।
ଉଲ୍ଲେଖନୀୟ ଯେ, ବାଲେଶ୍ୱର ଜିଲା ସିମୁଳିଆ ବ୍ଲକରେ ୧୮୪ଟି ବିଦ୍ୟାଳୟରେ ୧୩ହଜାର ୯ଶହ ୩୮ ଶିକ୍ଷାର୍ଥୀ ପାଠ ପଢୁଛନ୍ତି। ସେମାନଙ୍କୁ ଶିକ୍ଷାଦାନ ପାଇଁ ୭୧୮ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଏଥର ଗତ ସୋମବାରରୁ ଶନିବାର ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଷାଣ୍ମାସିକ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ବିଭାଗ ପକ୍ଷରୁ ଆବଶ୍ୟକ ପ୍ରଶ୍ନପତ୍ର ଯୋଗାଇ ଦିଆ ନ ଯିବାରୁ ପାରକ୍ଷାର୍ଥୀଙ୍କୁ ପରୀକ୍ଷା ଦେବାକୁ ମନା କରି ଦିଆଯାଇଥିଲା। ଏହି ଅବସରରେ ବିଭିନ୍ନ କେନ୍ଦ୍ରରେ ଅଭାବ ଥିବା ପ୍ରଶ୍ନପତ୍ର ଗୁଡ଼ିକୁ ଜେରକ୍ସ କରିବା ପାଇଁ ପ୍ରଧାନଶିକ୍ଷକମାନଙ୍କୁ ସୂଚନା ଦିଆଯାଇଥିବା କୁହାଯାଉଛି। ଏ ସମ୍ପର୍କରେ ପରୀକ୍ଷା ଦାୟିତ୍ୱରେ ଥିବା ଅନୁଶିକ୍ଷା ଅଧିକାରୀ (ଏବିଇଓ) ଲମ୍ବୋଦର ସିଂଙ୍କୁ ପଚାରିବାରୁ ଅଭାବ ଥିବା ପ୍ରଶ୍ନପତ୍ର ସମ୍ପର୍କରେ ପ୍ରଧାନ ଶିକ୍ଷକମାନଙ୍କୁ ତଥ୍ୟ ମଗାଯାଇଛି। ଏହା ଆସିବା ପରେ ପରୀକ୍ଷା ଅନୁଷ୍ଠିତ ହେବ । ଅପରପକ୍ଷେ ଷାଣ୍ମାସିକ ପ୍ରଶ୍ନପତ୍ର ଲିକ୍‌ ସମ୍ପର୍କରେ ବିଭିନ୍ନ ସୋସିଆଲ ମିଡ଼ିଆରେ ପ୍ରଚାର ହେବା ପରେ ଅଭିଭାବକ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଏ ସମ୍ପର୍କରେ ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ) ଡ. ମାୟାଧର ସାହୁଙ୍କୁ ପଚାରିବାରୁ ଦାୟିତ୍ୱ ନେଇଥିବା ସଂସ୍ଥା ଆବଶ୍ୟକ ପ୍ରଶ୍ନପତ୍ର ଯୋଗାଇ ନ ପାରିବାରୁ ସମସ୍ୟା ସୃଷ୍ଟି ହୋଇଥିବା କହିଛନ୍ତି।
ରାଜ୍ୟ ସରକାର ନବମ ଓ ଦଶମ ଶ୍ରେଣୀର ଏସ୍‌ସି ଏସ୍‌ଟି ଛାତ୍ରୀଛାତ୍ରଙ୍କୁ ମାଗଣା ବହି ଦେବାର ବ୍ୟବସ୍ଥା କରିଥିବାବେଳେ ଏହା ଅଦ୍ୟାବଧି ଯୋଗା ଯାଇପାରି ନାହିଁ। ବହି ଦାୟିତ୍ୱରେ ଥିବା ନୋଡ଼ାଲ କିରାଣି ଦେବଦତ୍ତ ସେଠୀଙ୍କୁ ପଚାରିବାରୁ କହିଛନ୍ତି, ସିମୁଳିଆ ବ୍ଲକରେ ୨୩ଟି ହାଇସ୍କୁଲରେ ନବମ ଶ୍ରେଣୀରେ ୪୧୬ ଓ ଦଶମ ଶ୍ରେଣୀରେ ୫୩୧ଏସ୍‌ସି ଏସ୍‌ଟି ଛାତ୍ରୀଛାତ୍ର ଅଛନ୍ତି। ଏହି ଦୁଇ ଶ୍ରେଣୀରେ ପ୍ରତ୍ୟେକ ବିଷୟରେ ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କୁ ୧୪ଟି ସେଟ୍‌ ବହି ପ୍ରଦାନ କରାଯିବ। ଗତ ୫ଦିନ ହେଲା ଏହି ବହି ଆସିଥିଲେ ମଧ୍ୟ ନବମ ଶ୍ରେଣୀର ପିଲାମାନଙ୍କ ପାଇଁ ମାତ୍ର ୨ହଜାର ବହି ଆସିିଛି ା ଏହାମଧ୍ୟରେ ଦଶମ ଶ୍ରେଣୀର ପ୍ରିଟେଷ୍ଟ ପରୀକ୍ଷା ସରିଛି। ବୋର୍ଡ଼ ପରୀକ୍ଷା ପାଇଁ ଆଉ ୧୫ଦିନ ମଧ୍ୟରେ ଛାତ୍ରୀଛାତ୍ର ଫର୍ମ ପୂରଣ କରିବାର ଥିବାବେଳେ ଅଦ୍ୟାବଧି ସମ୍ପୂର୍ଣ୍ଣ ବହି ମିଳି ନ ଥିବାରୁ ଛାତ୍ରୀଛାତ୍ରମାନେ କିଭଳି ପରୀକ୍ଷା ଦେବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri