Categories: ଫୁରସତ

ସ୍ୟାଣ୍ଡଓ୍ବିଚ୍‌ ଚୋରି କରି ୯ କୋଟି ଟଙ୍କା ରୋଜଗାର କରୁଥିବା ଯୁବକଙ୍କ ଚାକିରି ଗଲା

ସ୍ୟାଣ୍ଡ୍‌ଓ୍ବିଚ୍‌ ଚୋରି କରି ଚାକିରି ହରାଇଛନ୍ତି ଜଣେ ଯୁବକ। ୩୧ ବର୍ଷୀୟ ପାରସ୍‌ ଶାହ ନାମକ ଏହି ଯୁବକ ଜଣେ ମିଲେନିୟର ଟ୍ରେଡର୍‌। ଆଫ୍ରିକା ଏବଂ ୟୁରୋପରେ ଥିବା ସିଟିଗ୍ରୁପ୍‌ କମ୍ପାନୀ ଅଧୀନରେ ସେ କାମ କରୁଥିଲେ। ତାଙ୍କ ବାର୍ଷିକ ରୋଜଗାର ପାଖାପାଖି ୯ କୋଟି ଟଙ୍କା ଥିଲା। ଥରେ ଅଫିସ୍‌ କ୍ୟାଣ୍ଟିନରୁ ସ୍ୟାଣ୍ଡଓ୍ବିଚ୍‌ ଚୋରି କରି ଖାଉଥିବାବେଳେ ସେ ଧରାପଡିଥିଲେ। ଫଳରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ସିଟିଗ୍ରୁପ୍‌ କମ୍ପାନୀରେ ଯୋଗଦେବା ପୂର୍ବରୁ ସେ ୬ବର୍ଷ ଧରି ଏଚ୍‌ଏସ୍‌ବିସିରେ କାମ କରିସାରିଛନ୍ତି। ତାଙ୍କ ସ୍ତ୍ରୀ ଉତ୍ତର ଲଣ୍ଡନରେ ଏକ ଜୁଏଲେରୀ ଫାର୍ମରେ କାମ କରନ୍ତି।

Share