Posted inଖେଳ

ସ୍ଲାମ ଟାଇଟଲ, ନଂ ୧ ରେକର୍ଡକୁ ଭାଙ୍ଗି ପାରିବି: ଜୋକୋଭିଚ୍‌

ପ୍ୟାରିସ୍‌,୧୬।୫ (ଏଏଫ୍‌ପି): ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଟେନିସ ଖେଳାଳି ବିବେଚିତ ହେଉଥିବା ସର୍ବିୟାର ନୋଭାକ ଜୋକୋଭିଚ୍‌ ବିଶ୍ୱର ଦୁଇ ଦୁଇଟି ରେକର୍ଡ ଭାଙ୍ଗିପାରିବେ ବୋଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। କ୍ୟାରୟର ଶେଷ କରିବା ପୂର୍ବରୁ ଜଣେ ସର୍ବଶ୍ରେଷ୍ଠ ଗ୍ରଣ୍ଡସ୍ଲାଟ ଟାଇଟଲ ବିଜେତା ଭାବେ ନିଜକୁ ପ୍ରମାଣିତ କରିବି। ସେ ସର୍ବାଧିକ ଗ୍ରାଣ୍ଡସ୍ଲମ ଟାଇଟଲ ହାସଲରେ ସମସ୍ତଙ୍କୁ ପଛରେ ପକାଇବି ବୋଲି ସେ କହିଛନ୍ତି। ପୁଣି ୧ ନମ୍ବର ସ୍ଥାନରେ ସର୍ବାଧିକ ସପ୍ତାହରେ ରହି ବିଶ୍ୱରେକର୍ଡ ଭଙ୍ଗ କରିବି ବୋଲି ଜୋକୋଭିଚ୍‌ କହିଛନ୍ତି।
ଜୋକୋଭିଜ୍‌ ଏପର୍ଯ୍ୟନ୍ତ ୧୭ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ସେ ରୋଜର ଫେଡରର ୨୦ ଓ ରାଫାଲ ନାଡଶଙ୍କ ୧୯ଟି ଟାଇଟଲରୁ ଯଥାକ୍ରମେ ୩ ଓ ୨ଟି ପାଦ ଦୂରରେ ରହିଛନ୍ତି। କୋଭିଡ-୧୯ କାରଣରୁ ୨୦୨୦ ସେସନ ବନ୍ଦ ହେବା ପୂର୍ବରୁ ଜୋକୋଭିଚ୍‌ ତାଙ୍କର ଅଷ୍ଟମ ଅଷ୍ଟ୍ରେଲିଆନ ଓପନ ଟାଇଟଲ ଜିତିଥିଲେ ଓ ବିଜୟଧାରାକୁ ୧୮-୦ରେ ପହଁଚାଇଥିଲେ। ଏହି ଦୁଇଟି ରେକର୍ଡ ଭାଙ୍ଗିବାକୁ ସମର୍ଥ ଓ ଏହା ମୋର ଲକ୍ଷ୍ୟ ବୋଲି ସେ ଦୃଢତାର ସହ କହିଛନ୍ତି। ସେ ୨୮୨ ସପ୍ତାହ ବିଶ୍ୱର ୧ ନମ୍ବର ସ୍ଥାନରେ ରହି ରେକର୍ଡ କରିଥିଲେ। ତେବେ ଫେଡେରର ୩୧୦ ସପ୍ତାହ ଓ ପୂର୍ବତନ ଖେଳାଳି ପିଟ୍‌ ସାମ୍ପାସ୍‌ ୨୮୬ ସପ୍ତାହ ୧ ନମ୍ବର ସ୍ଥାନରେ ରହିଥିଲେ। ତେବେ ବୟସ ଜୋକୋଭିଚ୍‌ଙ୍କ ସପକ୍ଷରେ ରହିଛି। ସେ ଆସନ୍ତା ୨୨ ତାରିଖରେ ୩୩ତମ ଜନ୍ମ ଦିନ ପାଳନ କରିବାକୁ ଯାଉଛନ୍ତି। ଅନ୍ୟପଟେ ଫେଡରର ଅଗଷ୍ଟରେ ୩୯ ଓ ନାଡଲା ଜୁନ୍‌ରେ ୩୪ ବର୍ଷରେ ପଦାର୍ପଣ କରିବେ। ଜୋକୋଭିଚ୍‌ ୪୦ ପର୍ଯ୍ୟନ୍ତ ଖେଳିବେ ବୋଲି ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri