Posted inଖେଳ

ସ୍ମିଥ୍‌ଙ୍କ ଦ୍ୱିଶତକ

ମାଞ୍ଚେଷ୍ଟର, ୬ା୯ (ଏଏଫ୍‌ପି)-ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ୍‌ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଇଂଲଣ୍ଡ ବିପକ୍ଷ ଚଳିତ ଆଶେସ ସିରିଜରେ ତାଙ୍କ ପ୍ରଭାବୀ ବ୍ୟାଟିଂ ଜାରି ରଖିଛନ୍ତି। ଓଲ୍ଡ ଟ୍ରାଫୋର୍ଡଠାରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ସ୍ମିଥଙ୍କ ଦ୍ୱିଶତକ ସହାୟତାରେ ଅଷ୍ଟ୍ରେଲିଆ ୮ ଉଇକେଟ ବିନିମୟରେ ୪୯୭ ରନ କରି ଏହାର ପ୍ରଥମ ଇନିଂସ ଘୋଷଣା କରିଛି। ସ୍ମିଥ୍‌ ୨୧୧ ରନ କରି ଜୋ ରୁଟ୍‌ଙ୍କ ବଲ୍‌ରେ ଜୋ ଡେନ୍‌ଲିଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଯାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାର୍ନସ ଲବୁସ୍କେନ ୬୭, ଉଇକେଟକିପର ଅଧିନାୟକ ଟିମ୍‌ ପେନ୍‌ ୫୮ ରନ କରିଥିବାବେଳେ ମିଚେଲ ଷ୍ଟାର୍କ ୫୪ ରନ କରି ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ ଷ୍ଟୁଆର୍ଟ ବ୍ରଡ୍‌ ୩ ଉଇକେଟ ନେଇଥିବାବେଳେ ଜ୍ୟାକ୍‌ ଲିଚ୍‌ ଓ କ୍ରେଗ୍‌ ଓଭରଟନ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଘରୋଇ ଦଳ ୧ ଉଇକେଟ ବିନିମୟରେ ୨୩ ରନ କରିଛି।
ଫାଷ୍ଟ ବୋଲର ଜୋଫ୍ରା ଆର୍ଚର ସ୍ମିଥ୍‌ଙ୍କୁ କଟ୍‌ ଆଣ୍ଡ୍‌ ବୋଲ୍ଡର ଏକ ସୁଯୋଗ ପାଇ ହାତଛଡ଼ା କରିଥିଲେ। ସେ ସଫଳ ହୋଇଥିଲେ ହୁଏତ ମ୍ୟାଚର ସ୍ଥିତି ଭିନ୍ନ ହୋଇଥାନ୍ତା। ବର୍ତ୍ତମାନ ବିଶ୍ୱର ନମ୍ବର ଓ୍ବାନ ଟେଷ୍ଟ ର଼୍ୟାଙ୍କିଙ୍ଗ ବ୍ୟାଟ୍ସମ୍ୟାନ ସେତେବେଳେ ୬୫ ରନ କରି ଖେଳୁଥିଲେ। ଲଡର୍‌ସ ଟେଷ୍ଟରେ ଆର୍ଚରଙ୍କ ବାଉନ୍ସରରେ ଆଘାତପ୍ରାପ୍ତ ସ୍ମିଥ୍‌ ତୃତୀୟ ଟେଷ୍ଟ ଖେଳିବାରୁ ବଞ୍ଚତ୍ତ ହୋଇଥିଲେ। ସ୍ମିଥ୍‌ ଏଠାରେ ତାଙ୍କ କ୍ୟାରିୟରର ତୃତୀୟ ଦ୍ୱିଶତକ ହାସଲ କରିଛନ୍ତି। କୌତୂହଳର ବିଷୟ ଏହି ସମସ୍ତ ଦ୍ୱିଶତକ ସେ ଇଂଲଣ୍ଡ ବିପକ୍ଷରେ ହାସଲ କରିଛନ୍ତି।
ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ବଲ୍‌ ଟ୍ୟାମ୍ପରିଂ ଅଭିଯୋଗରେ ୧୨ ମାସ ବାସନ୍ଦ ଦଣ୍ଡ ଭୋଗି ସାରିବା ପରେ ଏଜବାଷ୍ଟନଠାରେ ଖେଳାଯାଇଥିବା ସିରିଜର ପ୍ରଥମ ଟେଷ୍ଟ ଦୁଇଟି ଇନିଂସରେ ଯଥାକ୍ରମେ ୧୪୪ ଏବଂ ୧୪୨ ରନ କରିଥିଲେ। ଅଷ୍ଟ୍ରେଲିଆ ଏହି ମ୍ୟାଚରେ ୨୫୧ ରନରେ ବିଜୟ ଲାଭ କରିଥିଲା। ଗୁରୁବାର ବର୍ଷାରେ ବାଧାପ୍ରାପ୍ତ ପ୍ରଥମ ଦିବସ ଖେଳର ଅସମାପ୍ତ ସ୍କୋର ୧୭୦/୩ରୁ ଅଷ୍ଟ୍ରେଲିଆ ଖେଳ ଆରମ୍ଭ କରିଥିଲା। ସ୍ମିଥ୍‌ ଅପରାଜିତ ୬୦ ରନ ସ୍କୋରରୁ ବ୍ୟାଟିଂ କରିଥିଲେ।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୪୯୭/୮, ଘୋଷଣା (ଷ୍ଟିଭ ସ୍ମିଥ୍‌-୨୧୧, ମାର୍ନସ ଲବୁସ୍କେନ୍‌-୬୭, ଟିମ୍‌ ପେନ୍‌-୫୮, ମିଚେଲ ଷ୍ଟାର୍କ-୫୪*, ଷ୍ଟୁଆର୍ଟ ବ୍ରଡ୍‌-୩/୯୭, ଜ୍ୟାକ୍‌ ଲିଚ୍‌-୨/୮୩, କ୍ରେଗ୍‌ ଓଭରଟନ-୨/୮୫)।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri