ସ୍ମିତାରାଣୀ ମୃତ୍ୟୁ ଘଟଣାକୁ ନେଇ ବର୍ଷିଲା ଭାଜପା

ଭୁବନେଶ୍ୱର,୩ା୧(ବ୍ୟୁରୋ): ଯାଜପୁର ଜିଲା ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ଅଢ଼େଇ ମାସ ବିତିଥିଲେ ମଧ୍ୟ ଏହି ଘଟଣାର ରହସ୍ୟ ପର୍ଦ୍ଦାଫାଶ ହୋଇନାହିଁ। ପୂର୍ବରୁ ଏହି ହତ୍ୟା ଘଟଣାରେ ଯାଜପୁର ଏସ୍‌ପି ସ୍ମିତାରାଣୀଙ୍କୁ ଚରିତ୍ରହୀନ ଦର୍ଶାଇ ଘଟଣାକୁ ଏକ ନୂଆମୋଡ ଦେଇଥିଲେ। ଏବେ ଯାଜପୁର ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ହେପାଜତକୁ ନେବା ପରିବର୍ତ୍ତେ ଜାଣିଶୁଣି ଦୁର୍ବଳ ଚାର୍ଜଶିଟ କରି ଜାମିନ ଦେବାକୁ ଷଡ଼ଯନ୍ତ୍ର କରୁଥିବା ଭାଜପା ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି ଯେ, ଏହି ଘଟଣାରେ ପୋଲିସ ରୂପେଶ ଭଦ୍ରଙ୍କୁ ଗିରଫ କରିଛି କିନ୍ତୁ ତାଙ୍କୁ ହେପାଜତକୁ ନେଇନାହିଁ। କେଉଁ ଆଧାରରେ ପୋଲିସ ୨ ହଜାର ପୃଷ୍ଠାର ଚାର୍ଜଶିଟ ଦାଖଲ କରିଛି। ମୁଖ୍ୟ ଅପରାଧୀଙ୍କୁ ପୋଲିସ ହେପାଜତକୁ ନିଆ ନ ଯାଇ ଚାର୍ଜଶିଟ କିପରି ତିଆରି କଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ମୃତା ସ୍ମିତାରାଣୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ ସେ ଆତ୍ମହତ୍ୟା କରିନାହାନ୍ତି। କିନ୍ତୁ ପୋଲିସ ଘଟଣାର ୩ଦିନ ପରେ ଏହାକୁ ଆତ୍ମହତ୍ୟାର ରୂପ ଦେଇ ଘଟଣାକୁ ଦିଗହରା କରିବାକୁ ବସିଥିଲା। ମୃତ୍ୟୁ ସମୟରେ ଉପସ୍ଥିତ ଅନ୍ୟ ୪ଜଣଙ୍କୁ ପୋଲିସ ତଦନ୍ତ ପରିସରଭୁକ୍ତ କଲାନାହିଁ। ଉକ୍ତ ଘଟଣାରେ ସ୍ମିତାରାଣୀଙ୍କ ମୃତ୍ୟୁ ସମୟରେ ଉପସ୍ଥିତ ୪ଜଣଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ ଘଟଣାରେ ସମ୍ପୃକ୍ତ ଅଛନ୍ତି ଏବଂ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ସବୁ ପ୍ରକାର ପ୍ରଚେଷ୍ଟା କରିଆସିଛନ୍ତି। ଏଣୁ କେବଳ ସିବିଆଇ ତଦନ୍ତ ହେଲେ ହିଁ ସମସ୍ତ ଘଟଣାର ପର୍ଦ୍ଦାଫାଶ ହେବ, ଏହାସହ ସ୍ମିତାରାଣୀ ଏବଂ ଓଡ଼ିଶାର ସମସ୍ତ ମହିଳାଙ୍କୁ ନ୍ୟାୟ ମିଳିପାରିବ ବୋଲି ଲେଖାଶ୍ରୀ କହିଛନ୍ତି। ଲେଖାଶ୍ରୀଙ୍କ ଖବରଦାତା ସମ୍ମିଳନୀର ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଏଭଳି ସ୍ପର୍ଶକାତର ବିଷୟ ଉପରେ ମନ୍ତବ୍ୟ ଦେବା ସମୟରେ ନମ୍ରତା ଅବଲମ୍ବନ କରିବା ଦରକାର। ଏମିତି ନିମ୍ନମାନର ବକ୍ତବ୍ୟ ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ୨୦୧୪ ଏବଂ ୨୦୧୯ ନିର୍ବାଚନ ପୂର୍ବରୁ ଲେଖାଶ୍ରୀ ବିଜେଡିରୁ ଟିକେଟ ନେବା ଲାଗି ଆଶା ରଖିଥିଲେ। କିନ୍ତୁ ଦଳ ତାଙ୍କୁ ମନା କରିଦେବାରୁ ସେ ଈର୍ଷାନ୍ବିତ ହୋଇ ଏଭଳି ମନ୍ତବ୍ୟ ରଖୁଛନ୍ତି ବୋଲି ସସ୍ମିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri