ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି: ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର,୧୫-୧୧(ବ୍ୟୁରୋ):ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳ ଆତ୍ମହତ୍ୟା କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏଭଳି ନିଷ୍କର୍ଷ ବାହାରିଛି। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୁରୁବାର ବିଧାନସଭାରେ ଏ କଥା କହିଛନ୍ତି। କଂଗ୍ରେସ ପକ୍ଷରୁ ଅଣାଯାଇଥିବା ମୁଲତବୀ ଆଲୋଚନାର ଜବାବରେ ମନ୍ତ୍ରୀ କହିଛନ୍ତି ଯେ, ଶବ ବ୍ୟବଚ୍ଛେଦ ରିପୋର୍ଟରେ ଡାକ୍ତରୀ ଦଳ ମତାମତ ଦେଇଛନ୍ତି ଯେ ସ୍ମିତାରାଣୀଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁ ହୋଇଛି। ୨୦୧୯ ଅକ୍ଟୋବର ୧୬ ତାରିଖରେ ହରିଦାସପୁର ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରାଙ୍କ ଗେଷ୍ଟ ହାଉସ୍‌ରେ ସ୍ମିତାରାଣୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ତାଙ୍କ ବାପାଙ୍କ ଏତଲା ଉପରେ ଏକ ଅପମୃତ୍ୟୁ ମାମଲା ଧର୍ମଶାଳା ଥାନାରେ ରୁଜୁକରି ତଦନ୍ତ କରାଯାଇଛି। ତଦନ୍ତ ସମୟରେ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ଏବଂ ସାକ୍ଷୀଙ୍କ ଉପସ୍ଥିତିରେ ମୃତଦେହର ପଞ୍ଚନାମା କରାଯାଇଛି। ବ୍ୟବଚ୍ଛେଦ ବେଳେ ସମ୍ପୂର୍ଣ୍ଣ ପ୍ରକ୍ରିୟାର ଚିତ୍ର ଉତ୍ତୋଳନ କରାଯାଇଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଧର୍ମଶାଳା ଥାନାରେ ଆଇପିସି ଦଫା ୩୦୬ରେ ଏକ ମାମଲା (ନଂ.୧୮୧/୨୦୧୯) ରୁଜୁ କରାଯାଇ ତଦନ୍ତ କରାଯାଇଛି। ତଦନ୍ତ ପରେ ରୂପେଶ ଭଦ୍ରାଙ୍କୁ ଅକ୍ଟୋବର ୧୯ ତାରିଖରେ ଦଫା ୩୦୬(ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା)ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ଜେଲରେ ଅଛନ୍ତି, ଅନୁସନ୍ଧାନ ଚାଲୁ ରହିଛି। ସରକାର ଦୋଷୀଙ୍କୁ କେବେ ଛାଡ଼ିନାହାନ୍ତି। ନାରୀମାନଙ୍କ ସୁରକ୍ଷା ପ୍ରତି ସରକାର ସବୁବେଳେ ସମ୍ବେଦନଶୀଳ। ସରକାରଙ୍କୁ ଏହି ମାମଲାରେ ସମାଲୋଚନା କରିବା ଆଦୌ ଠିକ୍‌ ନୁହେଁ ବୋଲି ମନ୍ତ୍ରୀ କହିଥିଲେ। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ କଂଗ୍ରେସ ଦଳର ସଦସ୍ୟମାନେ ବିଧାନସଭା କକ୍ଷ ଛାଡ଼ି ବାହାରକୁ ଚାଲିଯାଇଥିଲେ। କଂଗ୍ରେସ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିିବିଆଇ କିମ୍ବା ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ଗଠନ କରିବାକୁ ଦାବି କରିଛୁ। ମାତ୍ର ମନ୍ତ୍ରୀ ଏ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ କଂଗ୍ରେସ ଦଳର ସମସ୍ତ ବିଧାୟକ ବିଧାନସଭା ବାହାରକୁ ଚାଲିଯାଇଥିଲେ।
ବୁଧବାର ଗୃହକାର୍ଯ୍ୟ ଅଚଳ ହେବା ପରେ ବାଚସ୍ପତି କଂଗ୍ରେସ ଦଳ ପକ୍ଷରୁ ଦିଆଯାଇଥିବା ସ୍ମିତାରାଣୀ ମୃତ୍ୟୁ ସଂକ୍ରାନ୍ତ ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଶୂନ୍ୟକାଳ ପରେ ମଧ୍ୟାହ୍ନ ୧୨ଟା ୩୯ ମିନିଟ୍‌ରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ତେବେ ଏହାକୁ ଭାଜପା ସଦସ୍ୟମାନେ ଗ୍ରହଣ ନ କରି ସିବିଆଇ ଦାବିକରି ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। ହୋହଲ୍ଲା ମଧ୍ୟରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଲତବୀ ଆଲୋଚନା ଆରମ୍ଭ କରିଥିଲେ। କଂଗ୍ରେସ ସଦସ୍ୟ ନରସିଂହ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ, ରାଜ୍ୟରେ ବଢୁଥିବା ନାବାଳିକା ଓ ମହିଳା ବଳାତ୍କାର ଘଟଣାକୁ ନେଇ ସରକାରଙ୍କ ଉପରେ ଜୋର୍‌ଦାର ବର୍ଷିଥିଲେ। ସେ କହିଥିଲେ ଯେ, ଏଭଳି ସମ୍ବେଦନଶୀଳ ଆଲୋଚନା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଗୃହରେ ଅନୁପସ୍ଥିତ ରହିବା ଅତ୍ୟନ୍ତ ପରିତାପର ବିଷୟ। ସରକାର ଏହା ଉପରେ ଆଲୋଚନା ନ ହେଉ ବୋଲି ଚାହୁଁଥିଲେ। ଏହି ଆଲୋଚନା ଯେପରି ଭଣ୍ଡୁର ହେବ ସେନେଇ ବିଜେଡି ଓ ଭାଜପା ମଧ୍ୟରେ ମହା ସଲାସୁତରା ଚାଲିଛି। ପ୍ରତ୍ୟେକ ଦିନ ରାଜ୍ୟରେ ନାରୀ ଓ ନାବାଳିକା ବଳାତ୍କାର ବଢ଼ିଚାଲିଛି। ୨୦୧୯ ଜାନୁୟାରୀ ୧ ତାରିଖରୁ ଜୁନ୍‌ ୩୦ ମଧ୍ୟରେ ୧୦୦୫ ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ସୁପ୍ରିମକୋର୍ଟଙ୍କ ରିପୋର୍ଟରେ କୁହାଯାଇଛି। ୨୦୧୭ରେ ମହିଳା ନିର୍ଯାତନା ମାମଲା ୯୪.୭% ହୋଇଥିବାବେଳେ ସେଥିରୁ ମାତ୍ର ୭.୪% ମାମଲାର ଶୁଣାଣି ହୋଇଛି। ଗତ ୨ବର୍ଷରେ ରାଜ୍ୟରେ ବିଭିନ୍ନ ଅପରାଧରେ ୨୪ଲକ୍ଷ ଲୋକଙ୍କୁ ଗିରଫ କରାଯାଇଥିବାବେଳେ ମାତ୍ର ୧୭,୦୦୦ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁର ତଦନ୍ତ ସିବିଆଇ ଦ୍ୱାରା କରାଇବାକୁ କଂଗ୍ରେସ ଦଳ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛି। ଭାଜପାର ଦାବି ସହ ଆମେ ସହମତ। ମାତ୍ର ସେମାନେ ଏହା ଉପରେ ଆଲୋଚନା ନ କରି ହଟ୍ଟଗୋଳ କରିବା ଅର୍ଥ ସରକାରଙ୍କୁ ପରୋକ୍ଷରେ ସହାୟତା ସହ ସମାନ ବୋଲି ନରସିଂହ କହିଛନ୍ତି। ଜଣେ ସରକାରୀ କର୍ମଚାରୀ ସେ ଗେଷ୍ଟ ହାଉସ୍‌କୁ କାହିଁକି ଯାଇଥିଲେ, ତାଙ୍କୁ କିଏ ନେଇଥିଲେ, ଏ ସମସ୍ତ ଘଟଣାର ନିରପେକ୍ଷ ତଦନ୍ତ ହେବା ଦରକାର। ଏହି ଘଟଣାର ସିବିଆଇ କିମ୍ବା ଏସ୍‌ଆଇଟି ଦ୍ୱାରା ତଦନ୍ତ କରାଗଲେ ସ୍ମିତାରାଣୀଙ୍କ ଆମତ୍ା ଶାନ୍ତି ପାଇବ ବୋଲି ନରସିଂହ କହିଥିଲେ। କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ ମଦ ଯୋଗୁ ଏଭଳି ଅଭାବନୀୟ କାଣ୍ଡ ରାଜ୍ୟରେ ଘଟୁଛି ବୋଲି କହିଥିଲେ। ନିଯୁକ୍ତି ନ ପାଇ ଯୁବକମାନେ ମଦ ପିଇ ହତ୍ୟା ଓ ବଳାକତ୍ାର ଭଳି ଘଟଣାରେ ଲିପ୍ତ ରହୁଛନ୍ତି। ମଦ ଦୋକାନ ବନ୍ଦ ହେବା ଦରକାର ବୋଲି ସେ କହିଥିଲେ। କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା, ତାରା ବାହିନୀପତି, ଅମଧିରାଜ ପାଣିଗ୍ରାହୀ ପ୍ରମୁଖ ସରକାରଙ୍କୁ ସମାଲୋଚନା କରିବା ସହ ସିବିଆଇ କିମ୍ବା ଏସ୍‌ଆଇଟି ଦ୍ୱାରା ଘଟଣାର ତଦନ୍ତ କରିବାକୁ ଦାବି କରିଥଲେ। ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବରେ ବିଜେଡି ସଭ୍ୟ ଅମର ପ୍ରସାଦ ଶତପଥୀ, ପ୍ରଫୁଲ୍ଲ ସାମଲ, ପ୍ରମିଳା ମଲ୍ଲିକ, ଅଶ୍ୱିନୀ ପାତ୍ର ପ୍ରମୁଖ ନାରୀମାନଙ୍କ ସୁରକ୍ଷା ନେଇ ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରିଥିଲେ। ମା’କୁ ସମ୍ମାନ ଓ ନାରୀ ସୁରକ୍ଷା ଯୋଗୁ ଗତ ୨୦ ବର୍ଷ ଧରି ଲୋକମାନେ ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ କରିଚାଲିଛନ୍ତି। ଭାଜପା ଓ କଂଗ୍ରେସ ନିଜର ରାଜନୈତିକ ଫାଇଦା ପାଇଁ ଏଭଳି ନାଟକବାଜି କରୁଥିବା ଶାସକ ଦଳ ସଦସ୍ୟ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

AI Impact Summit 2026: ଭାରତ ମଣ୍ଡପମରେ ଝଲସିଲା ‘AI ମହାକୁମ୍ଭ’, ଦିଶିଲା ଭବିଷ୍ୟତର ଝଲକ

ନୂଆଦିଲ୍ଲୀ,୧୭।୨: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ AI ପ୍ରImpact Summit 2026କୁ ପ୍ରଯୁକ୍ତି ଜଗତର AI ମହାକୁମ୍ଭ ବୋଲି କୁହାଯାଉଛି। ଏହି ସମ୍ମିଳନୀରେ, ପ୍ରମୁଖ ଭାରତୀୟ ଏବଂ…

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri