ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ସରପଞ୍ଚ : ‘ମୋ ସିନ୍ଦୂର, ସମ୍ପତ୍ତି ଉପରେ ଥିଲା ନଜର’

ରସୁଲପୁର/ଧର୍ମଶାଳା,୨୧ା୧୦(ଡିଏନଏ) : ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ (ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆସିଛି ନୂଆ ମୋଡ଼। ଏହି ଘଟଣାରେ ପୋଲିସ ଶନିବାର ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ କୋର୍ଟ ଚାଲାଣ କରିବା ପରେ ରବିବାର ଏ ନେଇ ମୁହଁ ଖୋଲିଛନ୍ତି ରୂପେଶଙ୍କ ସ୍ତ୍ରୀ ତଥା ଖୋଦ୍‌ ସରପଞ୍ଚ ମଧୁସ୍ମିତା ଭଦ୍ର। ମଧୁସ୍ମିତା ତାଙ୍କ ବୟାନରେ ସ୍ବାମୀଙ୍କୁ ନିର୍ଦ୍ଦୋଶ ବୋଲି କହିବା ସହିତ ତାଙ୍କୁ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଛି ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପିଇଓ ସ୍ମିତାଙ୍କ ପରିବାର ସହିତ ତାଙ୍କ ପରିବାରର ଭଲ ସମ୍ପର୍କ ରହିଥିଲା। ଉଭୟ ପରିବାର ଅନେକ ସ୍ଥାନକୁ ଏକାଠି ବୁଲାବୁଲି କରିବାକୁ ଯାଇଥାନ୍ତି। ମାତ୍ର ଏସବୁ ଭିତରେ ମୋ ସ୍ବାମୀଙ୍କ ସରଳତାର ସୁଯୋଗ ନେଇ ସମ୍ପତ୍ତି ଉପରେ ସ୍ମିତାଙ୍କର ନଜର ରହିଥିଲା। ସ୍ବାମୀଙ୍କୁ ଫସେଇ ସେ ସମ୍ପତ୍ତି ହାତେଇବାକୁ ଚକ୍ରାନ୍ତ କରୁଥିଲେ। ସ୍ବାମୀ ରୂପେଶ ଏହାକୁ ବାରଣ କରିବାରୁ ଏଭଳି ଘଟିଛି ବୋଲି ମଧୁସ୍ମିତା ପ୍ରକାଶ କରିଛନ୍ତି। ସେ ତାଙ୍କ ସ୍ବାମୀ ରୂପେଶଙ୍କ ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି। ଏପରିକି ରୂପେଶଙ୍କର କିଛି ଅସୁବିଧା ଉପୁଜିଲେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି। ଅପରପକ୍ଷରେ ସ୍ମିତାଙ୍କ ମୃତ୍ୟୁ ପାଇଁ ରୂପେଶଙ୍କୁ ଦାୟୀ କରାଯାଇ ପୋଲିସ ତାଙ୍କୁ ଅଟକ ରଖି ପଚରା ଉଚରା ଚଳାଇଥିଲାବେଳେ ସେତେବେଳେ ମଧୁସ୍ମିତା ନୀରବତା ଅବଲମ୍ବନ କରିଥିଲେ। ରବିବାର ସେ ହଠାତ୍‌ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିବାକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ମଧୁସ୍ମିତା ମୁହଁ ଖୋଲିଲା ପରେ ମୃତା ସ୍ମିତାରାଣୀଙ୍କ ସ୍ବାମୀ ସୁଶୀଲ କୁମାର ବିଶ୍ୱାଳ ସରପଞ୍ଚଙ୍କ ଏଭଳି ଅଭିଯୋଗକୁ ମନଗଢ଼ା ଓ ମିଥ୍ୟା ବୋଲି କହିଛନ୍ତି। ଯଦି ତାଙ୍କର ଏଭଳି ଅଭିଯୋଗ ଥିଲା ତେବେ ସେ ପୂର୍ବରୁ କାହିଁକି ମୁହଁ ଖୋଲି ନ ଥିଲେ ବୋଲି ସୁଶୀଲ ପ୍ରଶ୍ନ କରିଛନ୍ତି। ପୋଲିସ କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ନାପସନ୍ଦ କରାଯାଇଥିବା ବେଳେ ଭାଜପା ପକ୍ଷରୁ ସୋମବାର ଯାଜପୁର ବନ୍ଦ ଡାକରା ଦିଆଯାଇଛି।
ସୂଚନା ଥାଉକି, ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାରେ ପୋଲିସ ଶନିବାର ସରପଞ୍ଚଙ୍କ ସ୍ବାମୀ ରୂପେଶଙ୍କୁ ଆଇପିସି ୩୦୬ (ଆତତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା) ଦଫାରେ କୋର୍ଟ ଚାଲାଣ କରିଥିଲା। ତେବେ ଯାଜପୁର ଏସ୍‌ପି ଚରଣ ସିଂ ମୀନା ଶନିବାର ଏକ ଖବରଦାତା ସମ୍ମିଳନୀରେ ସ୍ମିତା ଓ ରୂପେଶଙ୍କ ସମ୍ପର୍କକୁ ଯେଉଁଭଳି ଭାବେ ଚିତ୍ରଣ କରିଥିଲେ ତାହାକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମୃତା ସ୍ମିତାଙ୍କ ଗାଁ ଚୋରମୁହଁାର ଲୋକେ। ଉକ୍ତ ଗ୍ରାମବାସୀ ଏସ୍‌ପି ମୀନାଙ୍କ ମତାମତକୁ ପ୍ରତିବାଦ କରି ସ୍ମିତାଙ୍କ ଚରିତ୍ରକୁ ନେଇ ଉଠାଇଥିବା ପ୍ରଶ୍ନକୁ ଏସ୍‌ପି ପ୍ରମାଣିତ କରିପାରିବେ କି ବୋଲି ପ୍ରଶ୍ନ କରିଛନ୍ତି। ସ୍ମିତାଙ୍କ ଚରିତ୍ରରେ ତ୍ରୁଟି ଥିବା କେବେ ଗାଁ ଲୋକେ ଦେଖିନାହାନ୍ତି ବୋଲି ଗାଁର ବରିଷ୍ଠ ନାଗରିକ ସତ୍ୟ ନାରାୟଣ ଆଚାର୍ଯ୍ୟ କହିଛନ୍ତି। ପୋଲିସ ମୃତା ସ୍ମିତାଙ୍କ ଚରିତ୍ର ଉପରେ ଆଣିଥିବା ଆରୋପକୁ ପ୍ରମାଣିତ କରନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।
ଗତ ୧୬ତାରିଖ ବୁଧବାର ଅପରାହ୍ନରେ ପିଇଓ ସ୍ମିତାରାଣୀ ପଞ୍ଚାୟତର ଚାରିବାଟିଆ ଓ ସୁଭଦ୍ରାପୁର ଗ୍ରାମରେ ଭତ୍ତା ବଣ୍ଟନ କରି ଫେରିବା ପରେ ମଧ୍ୟାହ୍ନ ଭୋଜନ କରିବାକୁ ପଞ୍ଚାୟତ କାର୍ଯ୍ୟାଳୟଠାରୁ ୫୦୦ମିଟର ଦୂରରେ ଥିବା ରୂପେଶଙ୍କ ଗେଷ୍ଟ ହାଉସକୁ ଯାଇଥିଲେ। ଏହାର କିଛି ସମୟ ପରେ ଗେଷ୍ଟ ହାଉସର ଉପର ମହଲାରେ ସ୍ମିତାରାଣୀ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ପୋଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା(୧୬/୨୦୧୯) ରୁଜୁ କରିଥିଲା। ପରେ ଆଉ ଏକ ମାମଲା (ନଂ.୪୮୧/୨୦୧୯) ରୁଜୁ କରି ରୂପେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri