ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ସରପଞ୍ଚ : ‘ମୋ ସିନ୍ଦୂର, ସମ୍ପତ୍ତି ଉପରେ ଥିଲା ନଜର’

ରସୁଲପୁର/ଧର୍ମଶାଳା,୨୧ା୧୦(ଡିଏନଏ) : ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ (ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆସିଛି ନୂଆ ମୋଡ଼। ଏହି ଘଟଣାରେ ପୋଲିସ ଶନିବାର ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ କୋର୍ଟ ଚାଲାଣ କରିବା ପରେ ରବିବାର ଏ ନେଇ ମୁହଁ ଖୋଲିଛନ୍ତି ରୂପେଶଙ୍କ ସ୍ତ୍ରୀ ତଥା ଖୋଦ୍‌ ସରପଞ୍ଚ ମଧୁସ୍ମିତା ଭଦ୍ର। ମଧୁସ୍ମିତା ତାଙ୍କ ବୟାନରେ ସ୍ବାମୀଙ୍କୁ ନିର୍ଦ୍ଦୋଶ ବୋଲି କହିବା ସହିତ ତାଙ୍କୁ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଛି ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପିଇଓ ସ୍ମିତାଙ୍କ ପରିବାର ସହିତ ତାଙ୍କ ପରିବାରର ଭଲ ସମ୍ପର୍କ ରହିଥିଲା। ଉଭୟ ପରିବାର ଅନେକ ସ୍ଥାନକୁ ଏକାଠି ବୁଲାବୁଲି କରିବାକୁ ଯାଇଥାନ୍ତି। ମାତ୍ର ଏସବୁ ଭିତରେ ମୋ ସ୍ବାମୀଙ୍କ ସରଳତାର ସୁଯୋଗ ନେଇ ସମ୍ପତ୍ତି ଉପରେ ସ୍ମିତାଙ୍କର ନଜର ରହିଥିଲା। ସ୍ବାମୀଙ୍କୁ ଫସେଇ ସେ ସମ୍ପତ୍ତି ହାତେଇବାକୁ ଚକ୍ରାନ୍ତ କରୁଥିଲେ। ସ୍ବାମୀ ରୂପେଶ ଏହାକୁ ବାରଣ କରିବାରୁ ଏଭଳି ଘଟିଛି ବୋଲି ମଧୁସ୍ମିତା ପ୍ରକାଶ କରିଛନ୍ତି। ସେ ତାଙ୍କ ସ୍ବାମୀ ରୂପେଶଙ୍କ ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି। ଏପରିକି ରୂପେଶଙ୍କର କିଛି ଅସୁବିଧା ଉପୁଜିଲେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି। ଅପରପକ୍ଷରେ ସ୍ମିତାଙ୍କ ମୃତ୍ୟୁ ପାଇଁ ରୂପେଶଙ୍କୁ ଦାୟୀ କରାଯାଇ ପୋଲିସ ତାଙ୍କୁ ଅଟକ ରଖି ପଚରା ଉଚରା ଚଳାଇଥିଲାବେଳେ ସେତେବେଳେ ମଧୁସ୍ମିତା ନୀରବତା ଅବଲମ୍ବନ କରିଥିଲେ। ରବିବାର ସେ ହଠାତ୍‌ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିବାକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ମଧୁସ୍ମିତା ମୁହଁ ଖୋଲିଲା ପରେ ମୃତା ସ୍ମିତାରାଣୀଙ୍କ ସ୍ବାମୀ ସୁଶୀଲ କୁମାର ବିଶ୍ୱାଳ ସରପଞ୍ଚଙ୍କ ଏଭଳି ଅଭିଯୋଗକୁ ମନଗଢ଼ା ଓ ମିଥ୍ୟା ବୋଲି କହିଛନ୍ତି। ଯଦି ତାଙ୍କର ଏଭଳି ଅଭିଯୋଗ ଥିଲା ତେବେ ସେ ପୂର୍ବରୁ କାହିଁକି ମୁହଁ ଖୋଲି ନ ଥିଲେ ବୋଲି ସୁଶୀଲ ପ୍ରଶ୍ନ କରିଛନ୍ତି। ପୋଲିସ କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ନାପସନ୍ଦ କରାଯାଇଥିବା ବେଳେ ଭାଜପା ପକ୍ଷରୁ ସୋମବାର ଯାଜପୁର ବନ୍ଦ ଡାକରା ଦିଆଯାଇଛି।
ସୂଚନା ଥାଉକି, ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାରେ ପୋଲିସ ଶନିବାର ସରପଞ୍ଚଙ୍କ ସ୍ବାମୀ ରୂପେଶଙ୍କୁ ଆଇପିସି ୩୦୬ (ଆତତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା) ଦଫାରେ କୋର୍ଟ ଚାଲାଣ କରିଥିଲା। ତେବେ ଯାଜପୁର ଏସ୍‌ପି ଚରଣ ସିଂ ମୀନା ଶନିବାର ଏକ ଖବରଦାତା ସମ୍ମିଳନୀରେ ସ୍ମିତା ଓ ରୂପେଶଙ୍କ ସମ୍ପର୍କକୁ ଯେଉଁଭଳି ଭାବେ ଚିତ୍ରଣ କରିଥିଲେ ତାହାକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମୃତା ସ୍ମିତାଙ୍କ ଗାଁ ଚୋରମୁହଁାର ଲୋକେ। ଉକ୍ତ ଗ୍ରାମବାସୀ ଏସ୍‌ପି ମୀନାଙ୍କ ମତାମତକୁ ପ୍ରତିବାଦ କରି ସ୍ମିତାଙ୍କ ଚରିତ୍ରକୁ ନେଇ ଉଠାଇଥିବା ପ୍ରଶ୍ନକୁ ଏସ୍‌ପି ପ୍ରମାଣିତ କରିପାରିବେ କି ବୋଲି ପ୍ରଶ୍ନ କରିଛନ୍ତି। ସ୍ମିତାଙ୍କ ଚରିତ୍ରରେ ତ୍ରୁଟି ଥିବା କେବେ ଗାଁ ଲୋକେ ଦେଖିନାହାନ୍ତି ବୋଲି ଗାଁର ବରିଷ୍ଠ ନାଗରିକ ସତ୍ୟ ନାରାୟଣ ଆଚାର୍ଯ୍ୟ କହିଛନ୍ତି। ପୋଲିସ ମୃତା ସ୍ମିତାଙ୍କ ଚରିତ୍ର ଉପରେ ଆଣିଥିବା ଆରୋପକୁ ପ୍ରମାଣିତ କରନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।
ଗତ ୧୬ତାରିଖ ବୁଧବାର ଅପରାହ୍ନରେ ପିଇଓ ସ୍ମିତାରାଣୀ ପଞ୍ଚାୟତର ଚାରିବାଟିଆ ଓ ସୁଭଦ୍ରାପୁର ଗ୍ରାମରେ ଭତ୍ତା ବଣ୍ଟନ କରି ଫେରିବା ପରେ ମଧ୍ୟାହ୍ନ ଭୋଜନ କରିବାକୁ ପଞ୍ଚାୟତ କାର୍ଯ୍ୟାଳୟଠାରୁ ୫୦୦ମିଟର ଦୂରରେ ଥିବା ରୂପେଶଙ୍କ ଗେଷ୍ଟ ହାଉସକୁ ଯାଇଥିଲେ। ଏହାର କିଛି ସମୟ ପରେ ଗେଷ୍ଟ ହାଉସର ଉପର ମହଲାରେ ସ୍ମିତାରାଣୀ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ପୋଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା(୧୬/୨୦୧୯) ରୁଜୁ କରିଥିଲା। ପରେ ଆଉ ଏକ ମାମଲା (ନଂ.୪୮୧/୨୦୧୯) ରୁଜୁ କରି ରୂପେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri