Categories: ଫୁରସତ

ସ୍ମାର୍ଟ ଡଷ୍ଟବିନ୍‌ ତିିଆରି କଲେ ୧୨ ବର୍ଷର ବାଳକ, ଆବର୍ଜନା ପୂରଣ ହେଲେ ଖାଲି କରିବାକୁ ପଠାଇବ ସନ୍ଦେଶ

ହାଇଦ୍ରାବାଦର ମହମ୍ମଦ ହସନ ନାମକ ଜଣେ ୧୨ ବର୍ଷୀୟ ବାଳକ ଏକ ସ୍ମାର୍ଟ ଡଷ୍ଟବିନ୍‌ ତିଆରି କରିଛନ୍ତି। ଏହି ଡଷ୍ଟବିନ୍‌ର ଖାସ୍‌ କଥା ହେଲା ଆବର୍ଜନା ପୂରିଯିବା ପରେ ଖାଲି କରିବାକୁ ସନ୍ଦେଶ ପଠାଇବ। ଏହାକୁ ଓ୍ବାଇ-ଫାଇରେ ସଂଯୋଗ କରାଯାଇପାରିବ। ହସନ କୁହନ୍ତି, ତାଙ୍କର ଏପରି ଧାରଣା ସ୍ବଚ୍ଛ ଭାରତ ଅଭିଯାନ ସହିତ ଯୋଡ଼ା ଏକ ଭିଡିଓ ଦେଖିବା ପରେ ଆସିଛି।

ଡଷ୍ଟବିନ୍‌ରେ ଲାଗିଥିବା ଅଲଟ୍ରାସୋନିକ୍‌ ସେନ୍‌ସର ଜଣାଇଦେବ ଏଥିରେ କେତେ ଅଳିଆ ପୂରଣ ହେଲାଣି। ସେନ୍‌ସର ଡଷ୍ଟବିନ୍‌ରେ ଲାଗିଥିବା ଏଲ୍‌ସିଡିରେ ଦେଖାଯିବ। ଯେତେବେଳେ ଡଷ୍ଟବିନ୍‌ ଆବର୍ଜନାରେ ପୂରଣ ହୋଇଯିବ ସେତେବେଳେ ମ୍ୟୁନିସପାଲିଟିକୁ ଅଳିଆ ଉଠାଇବା ପାଇଁ ବାର୍ତ୍ତା ଯିବ। ଏହି ଡଷ୍ଟବିନ୍‌ରେ ଅଲ୍‌୍‌ଟ୍ରାସୋନିକ୍‌ ସେନ୍‌ସର, ସର୍ଭମୋଟୋ, ବଜର ଏବଂ ଏଲ୍‌ସିଡି ଲାଗିଛି। ଅଷ୍ଟମ ଶ୍ରେଣୀରେ ପଢୁଥିବା ହସନ୍‌ ଏହା ପୂର୍ବରୁ ସର୍ଭିଂ ରୋବଟ୍‌ ତିଆରି କରିସାରିଛନ୍ତି। ଯାହାକୁ ମାତ୍ର ୧୫ ଦିନରେ ତିଆରି କରିଥିଲେ। ହସନ୍‌ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି ସତ କିନ୍ତୁ ସେ ଇଞ୍ଜିନିୟରିଂ ଛାତ୍ରଙ୍କୁ ପାଠ ବି ପଢ଼ାଉଛନ୍ତି।

Share