ସ୍ମରଣ ଶକ୍ତି ବଢ଼ାଏ ନ୍ୟୁରନ୍‌

ସ୍ମରଣ ଶକ୍ତିରେ ତାରତମ୍ୟ ଦେଖାଦେଲେ ଆମେ ଜଟିଳ ପରିସ୍ଥିତିର ସାମ୍‌ନା କରିଥାଉ। ଏହା କିପରି ସକ୍ରିୟ ରହିବ ସେ ନେଇ ନ୍ୟୁରନ୍‌ ନାମକ ତତ୍ତ୍ୱର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନ୍ୟୁରନ ତତ୍ତ୍ୱ ଉପରେ ତନ୍ନ ତନ୍ନ ଗବେଷଣା କରିବା ସମୟରେ ୟୁନିଭର୍ସିଟି ଅଫ ଓ୍ବାଶିଂଟନ୍‌ର ମନୋବିଜ୍ଞାନୀମାନେ ଏ କଥା ଜାଣିପାରିଛନ୍ତି। ନ୍ୟୁରନ ତତ୍ତ୍ୱ ଯଦି ସନ୍ତୁଳିତ ରହେ ତେବେ ଆମେ ସବୁ କଥା ଠିକ୍‌ ଭାବରେ ମନେ ରଖିପାରୁ। କେବଳ ସେତିକି ନୁହେଁ, ଏହାକୁ ଆଧାର କରି କେତେକ ମସ୍ତିଷ୍କଜନିତ ସମସ୍ୟା ଏପରିକି ଆଲଜିମର୍ସ ରୋଗର ଚିକିତ୍ସା କରାଯାଇପାରିବ ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି।