ସ୍ମରଣ ଶକ୍ତି ବଢ଼ାଇବାର ସହଜ ଉପାୟ

ସ୍ମରଣ ଶକ୍ତି ବଢ଼ାଇବାର ଏକ ସରଳ ତଥା ସହଜ ଉପାୟ ରହିଛି। ଏହାକୁ ଆପଣେଇ ପାରିଲେ ସ୍ମରଣ ଶକ୍ତି ପୂର୍ବାପେକ୍ଷା ପ୍ରଖର ହୋଇଥାଏ। ଲଣ୍ଡନ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନଙ୍କ ଦ୍ୱାରା ସଦ୍ୟ ସମାପିତ ଗବେଷଣାରୁ ଏ ସମ୍ପର୍କରେ ସୂଚନା ମିଳିଛି। ତାହା କ’ଣ ଜାଣନ୍ତି ? ସୁନିଦ୍ରା। ଆଜିକାଲିର ବ୍ୟସ୍ତମୟ ଜୀବନରେ ଅନେକ ଆବଶ୍ୟକ ମୁତାବକ ବିଶ୍ରାମ ନେଇ ପାରୁନାହାନ୍ତି। ଜଣେ ବ୍ୟକ୍ତି ପ୍ରତିଦିନ ଅତିକମ୍‌ରେ ୭-୮ଘଣ୍ଟା ଶୋଇବା ଆବଶ୍ୟକ। ଭଲ ନିଦ ହେବା ଦ୍ୱାରା ତାହାର ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ। ଏହାଦ୍ୱାରା ସଂପୃକ୍ତ ବ୍ୟକ୍ତିଙ୍କର ସ୍ମରଣ ଶକ୍ତି ପୂର୍ବାପେକ୍ଷା ପ୍ରଖର ହୋଇଥାଏ ବୋଲି ଗବେଷଣା ରିପୋର୍ଟରେ ଉଲ୍ଳେଖ କରାଯାଇଛି।