ସ୍ମରଣ ଶକ୍ତି ବଢ଼ାଇବାର ସହଜ ଉପାୟ

ସ୍ମରଣ ଶକ୍ତି ବଢ଼ାଇବାର ଏକ ସହଜ ଉପାୟ ରହିଛି। ତାହା ପୁଣି ହାତପାଆନ୍ତାରେ। ଆପଣ ପ୍ରତିଦିନ କିଛି ସମୟ ସାଙ୍ଗମାନଙ୍କ ସହ ଗପୁଛନ୍ତି କି ? ଯଦି ହଁ, ତେବେ ଏହା ଆପଣଙ୍କ ସ୍ମରଣ ଶକ୍ତି ବଢ଼ାଇବାରେ ଅନେକାଂଶରେ ସହାୟକ ହୋଇପାରିବ ବୋଲି ଏକ ସଦ୍ୟତମ ସର୍ଭେରୁ ଜଣାପଡିଛି। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଗୋଟିଏ ଗ୍ରୁପ୍‌କୁ ପ୍ରତିଦିନ ପରସ୍ପର ସହ ଗପିବାକୁ ପରାମର୍ଶ ଦିଆଯାଇଥିଲା। ଅପରପକ୍ଷରେ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ସେମାନଙ୍କର ସ୍ମରଣ ଶକ୍ତିରେ କି ପ୍ରକାର ସୁପ୍ରଭାବ ପଡୁଛି ତାହା ବିଶେଷଜ୍ଞମାନେ ଲକ୍ଷ୍ୟ କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ ସେମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତିଙ୍କର ସ୍ମରଣ ଶକ୍ତିରେ ଉନ୍ନତି ପରିଲକ୍ଷିତ ହୋଇଥିଲା ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଏହି ଗପିବା ସମୟ ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେମାନେ ପରାମର୍ଶ ଦେଇଛନ୍ତି।