ସ୍ମରଣଶକ୍ତି ବଢ଼ାଇବା ପାଇଁ ପିଲାଙ୍କୁ ଦିଅନ୍ତୁ ଏହି ଖାଦ୍ୟ…

ଭିଟାମିନ୍‌ ବି-୧୨ ବା କୋବାଲାମିନ୍‌ ଛୋଟପିଲାଙ୍କ ଶରୀର ପାଇଁ ବେଶ୍‌ ଉପଯୋଗୀ। ଏହାର ସ୍ତର ହ୍ରାସପାଇଲେ ସ୍ମରଣଶକ୍ତି ଦୁର୍ବଳ ହୋଇଯାଇଥାଏ। ଅଳ୍ପ କିଛି କାମକଲେ ହାଲିଆ ଲାଗେ। ଏହାର ଅଭାବରେ ଡିପ୍ରେସନ ହେବାର ଆଶଙ୍କା ମଧ୍ୟ ବଢ଼ିଥାଏ। ତେଣୁ ଛୋଟପିଲାଙ୍କୁ ସୁସ୍ଥ ରଖିବା ପାଇଁ ସବୁବେଳେ ସେମାନଙ୍କୁ ସନ୍ତୁଳିତ ଆହାର ଦେବା ଆବଶ୍ୟକ। ଭିଟାମିନ୍‌ ବି-୧୨ ଛୋଟପିଲାଙ୍କ ମସ୍ତିଷ୍କକୁ କ୍ରିୟାଶୀଳ କରେ। ଭିଟାମିନ୍‌ ବି-୧୨ ଶରୀରରେ ମେଟାବୋଲିଜିମ୍‌ ବୃଦ୍ଧି କରାଇଥାଏ। ଫଳରେ ଛୋଟପିଲାଙ୍କ ଶରୀରରେ ଡିଏନ୍‌ଏ ଓ ଲୋହିତ ରକ୍ତ କଣିକା ତିଆରି କାର୍ଯ୍ୟ ତ୍ୱରାନ୍ବିତ ହୋଇଥାଏ। ମାଛ,ମାଂସ ଓ ଅଣ୍ଡାରେ ପ୍ରଚୁର ପରିମାଣରେ ରହିଥାଏ ଭିଟାମିନ୍‌ ବି-୧୨। ସେହିପରି ଶାକାହାରୀ ଖାଦ୍ୟ ମଧ୍ୟରେ କ୍ଷୀର,ପନିର, ସୋୟା ମିଲକ୍‌, ଆଳୁ, ଗାଜର,ମୂଳା ଓ ବିଟ୍‌ରେ ଭିଟାମିନ୍‌ ବି-୧୨ ପ୍ରଚୁର ପରିମାଣରେ ଥାଏ। ତେଣୁ ପ୍ରତିଦିନ ଛୋଟପିଲାଙ୍କ ଡାଏଟ୍‌ରେ ଭିଟାମିନ୍‌ ବି-୧୨ଯୁକ୍ତ ଖାଦ୍ୟକୁ ସାମିଲ୍‌ କରିବା ଆବଶ୍ୟକ।