Categories: ଜାତୀୟ

ସ୍ବିଗି ମୁସଲମାନ୍‌ ଡେଲିଭରି ବୟଠାରୁ ଖାଦ୍ୟ ଗ୍ରହଣ କରିବା ମନା କରିବା ପଡ଼ିଲା ମହଙ୍ଗା: ଗ୍ରାହକଙ୍କ ନାମରେ ମାମଲା ଦାଏର

ହାଇଦ୍ରାବାଦ୍‌,୨୬।୧୦: ତେଲେଙ୍ଗାନାରେ ଜଣେ ମୁସଲମାନ୍‌ ଡେଲିଭରି ବୟଠାରୁ ଖାଦ୍ୟ ଗ୍ରହଣ କରିବା ମନା କରି ଗ୍ରାହକଙ୍କୁ ହଟହଟା ହେବାକୁ ପଡ଼ିଛି। ସ୍ବିଗିର ଡେଲିଭରି ବୟ ମୁଦସିର୍‌ଙ୍କ ଠାରୁ ହାଇଦ୍ରାବାଦ୍‌ ଅଲୀବାଦ୍‌ ଅଞ୍ଚଳର ଅଜୟ କୁମାର ଖାଦ୍ୟ ଗ୍ରହଣ କରିବାକୁ ମନା କରିଥିଲେ। ଏନେଇ ଡେଲିଭରି ବୟ ହାଇଦ୍ରାବାଦ୍‌ ଥାନାରେ ଏକ ମାମଲା ଦାଏର କରିଥିଲେ। ଏନେଇ ତଦନ୍ତ ଜାରି ରହିଥିବା ପୋଲିସ ଇନସ୍ପେକ୍ଟର ପି. ଶ୍ରୀନିବାସ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଚିକେନ୍‌-୬୫ ଅର୍ଡର କରିଥିଲେ। ଏହା ସହିତ ସେ ଏହାକୁ ହିନ୍ଦୁ ଡେଲିଭରି ବୟଙ୍କ ହାତରେ ପଠାଇବା ପାଇଁ ସ୍ବିଗି କଷ୍ଟମର କେୟାରକୁ ଅନୁରୋଧ କରିଥିଲେ। ମାତ୍ର ସ୍ବିଗି ପକ୍ଷରୁ ମୁସଲମାନ୍‌ ଡେଲିଭରି ବୟଙ୍କୁ ପାଠାଯାଇଥିଲା।

Share