ସ୍ବା ସ୍ଥ୍ୟ ସୂ ଚ ନା

ରୋଗ ବିଷୟରେ ଡାକ୍ତର ଆପଣଙ୍କୁ ଯାହା ପଚାରୁଛନ୍ତି ନିଃସଙ୍କୋଚରେ ସମସ୍ତ ପ୍ରଶ୍ନର ଠିକ୍‌ ଉତ୍ତର ଦିଅନ୍ତୁ। କାରଣ ଯଦି କୌଣସି ବିଷୟକୁ ଆପଣ ପ୍ରକାଶ ନ କରନ୍ତି ତେବେ ତାହା ଆପଣଙ୍କ ପାଇଁ ସମସ୍ୟା ଡାକି ଆଣିଥାଏ।
ଡାକ୍ତର ପରାମର୍ଶକୁ ଠିକ୍‌ ଭାବରେ ପାଳନ କରି ନ ଥାନ୍ତି। ରୋଗରୁ ଆରୋଗ୍ୟ ମିଳିବା ମାତ୍ରେ ଔଷଧ ଖାଇବା ବନ୍ଦ କରିଦେବା, ଡାକ୍ତର ସୂଚୀତ କରିଥିବା ପରୀକ୍ଷା ନ କରିବା ନିଜର ବୋକାମି ବ୍ୟତୀତ ଆଉ କିଛି ନୁହେଁ। କାରଣ ଜଣେ ଡାକ୍ତର ରୋଗୀର ଅବସ୍ଥାକୁ ଦେଖି କେତେ ଦିନ ଔଷଧ ଖାଇବ ଆରୋଗ୍ୟ ଲାଭ କରିବା ପରେ ମଧ୍ୟ କି କି ପରୀକ୍ଷା କରାଇବାକୁ ପଡିବ ସେ ସମ୍ପର୍କରେ ପ୍ରେସକ୍ରିପ୍‌ସନରେ ଉଲ୍ଲେଖ କରିଥାଆନ୍ତି, ଯାହାକୁ ଅନୁସରଣ କରନ୍ତୁ।
ଉଷୁମ ପାଣିରେ ଏକ ଚାମଚ ହଳଦୀ ଗୁଣ୍ଡ ଭଲ ଭାବରେ ମିଶାଇ ଦିଅନ୍ତୁ। ତା’ପରେ ଏଥିରେ ଏକ ଚାମଚ ଗୋଲମରିଚ ଗୁଣ୍ଡ ଏବଂ ଏକ ଚାମଚ ମହୁ ମିଶାନ୍ତୁ। ଏହି ମିଶ୍ରଣକୁ ୨-୩ ମିନିଟ୍‌ ପର୍ଯ୍ୟନ୍ତ ଉଷୁମ କରି ପିଅନ୍ତୁ। ନିୟମିତ କିଛି ଦିନ ଏହାକୁ ପିଇଲେ କଫ ସମସ୍ୟା ଦୂର ହୋଇଥାଏ।
ଛୋଟ ଛୋଟ ଆକାରରେ କାଟି ଦିଅନ୍ତୁ। ଏହାକୁ ପାଣିରେ ମିଶାଇ ଭଲ ଭାବରେ ଫୁଟାନ୍ତୁ। ଏହାକୁ ଉଷୁମ ଅବସ୍ଥାରେ ପିଇଲେ କଫରୁ ଉପଶମ ମିଳିଥାଏ। ଦୁଇ ଚାମଚ ଲେମ୍ବୁ ରସରେ ଏକ ଚାମଚ ମହୁ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହି ମିଶ୍ରଣକୁ ପିଇଲେ କଫ ସମସ୍ୟା ଅନେକାଂଶରେ ଦୂର ହୋଇଥାଏ।
ସୁସ୍ଥ ରଖିବା ପାଇଁ ଚାହୁଁଛନ୍ତି ? ତେବେ ପ୍ରଥମେ ନିଜର ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ।
ଯେତେ କାର୍ଯ୍ୟବ୍ୟସ୍ତ ଥିଲେ ମଧ୍ୟ ନିିୟମିତ ସମୟ ଅନ୍ତରାଳରେ ନିଜ ଶରୀରର ରୁଟିନ୍‌ ଚେକ୍‌ଅପ କରାଇ ନେବାକୁ ଭୁଲନ୍ତୁ ନାହିଁ।
ରୋଗର ଲକ୍ଷଣ ପ୍ରକାଶ ପାଇଲେ ତାହାକୁ ଅଣଦେଖା ନ କରି ଅଭିଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।