Posted inଖେଳ

ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ରିଣ୍ଟୁଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୩୦।୪(କ୍ରୀଡ଼ା ପ୍ରତିନିଧି)-ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣର ପ୍ରଭାବ ବିଭିନ୍ନ କ୍ରୀଡ଼ା ସଂଘ ମୁଖିଆମାନଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି। କେବଳ ସମୟକୁ ଅପେକ୍ଷା ବ୍ୟତୀତ ଅନ୍ୟଗତି ନାହିଁ। ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି ଓଡ଼ିଶା ରାଜ୍ୟ ଟେନିସ କ୍ରିକେଟ ଆସୋସିଏଶନ। ଖେଳାଳିମାନେ ରାଜ୍ୟର ଅର୍ଦ୍ଧାଧିକ ଜିଲାରେ ଗୃହ ମଧ୍ୟରେ ଆବଦ୍ଧ ଥିବାରୁ ହ୍ବାଟ୍ସଆପ୍‌, ଫେସ୍‌ବୁକ୍‌ ଆଦି ସୋସିଆଲ ମିଡିଆ ଜରିଆରେ ଖେଳାଳିଙ୍କ ସହ ଭାବର ଆଦାନ ପ୍ରଦାନ କରାଯିବା ସହ ଭିଡିଓ ମାଧ୍ୟମରେ ଟିପ୍ସ ଦିଆଯାଇ ସେମାନଙ୍କୁ ଫିଟ୍‌ ରଖିବା ପାଇଁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ରାଜ୍ୟ ଟେନିସ କ୍ରିିକେଟ ସମ୍ପାଦକ ତଥା ଜାତୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ପଦବୀର ଅଧିକାରୀ ରିଣ୍ଟୁ ମିତ୍ର। ରିଣ୍ଟୁଙ୍କ କହିବା ଅନୁସାରେ କୋଭିଡ୍‌-୧୯ ଯୋଗୁ ମାର୍ଚ୍ଚ ୧୮ରୁ ୨୨ ପର୍ଯ୍ୟନ୍ତ କୁଚିଣ୍ଡାରେ ହେବାକୁଥିବା ଫେଡେରେଶନ କପ୍‌, ଚଣ୍ଡିଗଡ଼ ଚାମ୍ପିୟନ୍ସ ଟ୍ରଫି, ଗୁଜରାଟରେ ୧୭ ବର୍ଷରୁ କମ୍‌ ଜାତୀୟ ସିନିୟର, ନାସିକ୍‌ରେ ୧୪ ବର୍ଷରୁ କମ୍‌ ଜାତୀୟ ଟେନିସ କ୍ରିକେଟ ପ୍ରତିଯୋଗିତା ବାତିଲ ହୋଇଛି। ଉଭୟ ମହିଳା ଓ ପୁରୁଷ ବିଭାଗର ୩ଟି (ସିନିୟର ଏବଂ ୧୪ ଓ ୧୭ ବର୍ଷରୁ କମ୍‌) କାଟେଗୋରିରେ ଖେଳୁଥିବା ପିଲାମାନେ ଏବେ ରାଜ୍ୟର ବିଭିନ୍ନ ଜିଲାରେ ଗୃହାବଦ୍ଧ ଜୀବନ ବିତାଉଛନ୍ତି। ସ୍ଥିତି ସୁଧୁରିବାପରେ ଜାତୀୟ ପ୍ରତିଯୋଗିତା ଖେଳିବାକୁ ସେମାନେ ବ୍ୟାକୁଳ ହୋଇ ଅପେକ୍ଷା କରିଛନ୍ତି। ”ଆମେ ସେମାନଙ୍କୁ ଫୋନ୍‌, ହ୍ବାଟ୍ସଅପ୍‌ ଗ୍ରୁପ୍‌, ଫେସ୍‌ବୁକ୍‌ ମାଧ୍ୟମରେ ଏବଂ ଜୁମ୍‌ ସଫ୍ଟୱେର ଜରିଆରେ ଭିଡିଓ କନ୍‌ଫରେନ୍ସିଂ କରିି ବିଭିନ୍ନ ଟିପ୍ସ ଦେଉଛୁ ଏବଂ ଫିଟ୍‌ ରଖିବାକୁ ଉଦ୍ୟମ କରୁଛୁ। ପିଲାମାନେ ଘରେ ଫିଟ୍‌ନେସ ଟ୍ରେନିଂ କରୁଛନ୍ତି। ଭାବର ଆଦାନ ପ୍ରଦାନ ଦ୍ୱାରା ଦଳଗତ ମନୋଭାବ ମଧ୍ୟ ବଜାୟ ରହିପାରିଛି। ମହିଳା ଖେଳାଳିଙ୍କ ସହ ରାଜ୍ୟ ଆସୋସିଏଶନ କୋଷାଧ୍ୟକ୍ଷ ରାଗିଣୀ ମିତ୍ର କ୍ରମାଗତ ସମ୍ପର୍କରେ ରହିଛନ୍ତି। ଅଧିକାଂଶ ସମୟ ଦଳୀୟ ବୈଠକ ଅନୁଷ୍ଠିତ ହେଉଛି। ଏଥିରେ କର୍ମକର୍ତ୍ତାଙ୍କ ସହ ପିଲାମାନେ ମଧ୍ୟ ଅଂଶଗ୍ରହଣ କରି ସେମାନଙ୍କ ମତ ରଖୁଛନ୍ତି। ଛାତ ଉପରେ ହେଉ କିମ୍ବା ଘର ଭିତରେ ସ୍ଥାନ ଦେଖି ପିଲାମାନଙ୍କୁ ଅଭ୍ୟାସ ପାଇଁ କୁହାଯାଇଛି। ବ୍ୟାଟ୍ସମ୍ୟାନ ଓ ବୋଲରଙ୍କ ପାଇଁ ଆମେ ଭିନ୍ନ ଯୋଜନା ପ୍ରସ୍ତୁତ କରିଛୁ“ ବୋଲି ସେ କହିଛନ୍ତି।
ଟେନିସ କ୍ରିକେଟକୁ ନେଇ ଜାତୀୟ ସ୍ତରୀୟ ଅଧିକାରୀମାନେ ମଧ୍ୟ ଏବେ ବେଶ୍‌ ଚିନ୍ତିତ ବୋଲି ରିଣ୍ଟୁ କହିଛନ୍ତି। ଟେନିସ କ୍ରିକେଟ ଆସୋସିଏଶନ ଅଫ୍‌ ଇଣ୍ଡିଆ ସମ୍ପାଦକ କହ୍ନେୟା ଗୁଜ୍ଜର ଏବଂ ୪ ଜୋନ୍‌ର ଡାଇରେକ୍ଟର( ପୂର୍ବାଞ୍ଚଳ-ରିଣ୍ଟୁ ମିତ୍ର, ପଶ୍ଚିମାଞ୍ଚଳ-ସୁରେନ୍ଦର ଗୁଜ୍ଜର, ଉତ୍ତରାଞ୍ଚଳ-ବୀରେନ୍ଦ୍ର ଶର୍ମା, ଦକ୍ଷିିଣାଞ୍ଚଳ-ଗୋପାଳ ମାଖିଜା)ଙ୍କୁ ନେଇ ସୋସିଆଲ ମିଡିଆ ମାଧ୍ୟମରେ ବୈଠକ ହେଉଛି। ଟେନିସ କ୍ରିକେଟର ବର୍ତ୍ତମାନର ସ୍ଥିତି, ଭବିଷ୍ୟତର ଯୋଜନା ସମ୍ପର୍କରେ ଏହି ବୈଠକରେ ଆଲୋଚନା ହେଉଛି। ମାତ୍ର ୪ ବର୍ଷ ମଧ୍ୟରେ ଟେନିସ କ୍ରିକେଟର ଏକ ସମୃଦ୍ଧ ପରିବାର ତିଆରି ହୋଇଛି। ତାହା ଯେପରି ସୁସ୍ଥ ଏବଂ ସୁରକ୍ଷିତ ରହିପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ସରକାରଙ୍କ ନିର୍ଦ୍ଦେଶାବଳୀକୁ ପାଳନ କରି ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନେବୁ ବୋଲି ରିଣ୍ଟୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri