ସ୍ବାସ୍ଥ୍ୟ ଉପକାରୀ ଡାଳିମ୍ବ ରସ: ରୋଗ ପ୍ରତିରୋଧକ ଶକ୍ତି କରେ ବୃଦ୍ଧି

ଡାଳିମ୍ବ ପ୍ରାୟ ସବୁ ଋତୁରେ ଉପଲବ୍ଧ । ଏହା ବଜାରରେ ସହଜରେ ମିଳିଯାଇଥାଏ। କେହିକେହି ଏହାର ଜୁସ୍‌ ପିଇବାକୁ ପସନ୍ଦ କରୁଥିବା ବେଳେ କେହି ଏହାକୁ ଚୋବାଇ ଖାଇବାକୁ ପସନ୍ଦ କରିଥାନ୍ତି। ଏଥିରେ ଥିବା ଔଷଧୀୟ ଗୁଣ ଶରୀର ସୁସ୍ଥ ରଖିବାରେ ସାହାଯ୍ୟ କରେ। ଏହାକୁ ଚୋବାଇ ଖାଇବା ଅପେକ୍ଷା ଏହାର ଜୁସ୍‌ ପିଇବା ଅଧିକ ଲାଭକାରୀ। ଏଥିରେ ଥିବା ପୁଷ୍ଟିକର ଉପାଦାନଗୁଡ଼ିକ ଶରୀରକୁ ସୁସ୍ଥ ରଖିଥାଏ।

ତେବେ ଜାଣନ୍ତୁ ଏ ସମ୍ପର୍କରେ ….

ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ
ରକ୍ତରେ ଶର୍କରା ସ୍ତର ବୃଦ୍ଧି ଘଟି ଡାଇବେଟିସ ଆଶଙ୍କା ସୃଷ୍ଟି କରିଥାଏ। ରକ୍ତ ଏହା ସଞ୍ଚାଳନ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ। ତେଣୁ ଡାଳିମ୍ବ ରସ ପିଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ହୋଇଥାଏ। ସକାଳେ ଏକ ଗ୍ଲାସ ଡାଳିମ୍ବ ରସ ପିଇବା ସ୍ବାସ୍ଥ୍ୟ ପକ୍ଷେ ହିତକର।

ଉଚ୍ଚ ରକ୍ତଚାପ ଥିବା ଲୋକଙ୍କ ପାଇଁ ଲାଭଦାୟକ
ଡାଳିମ୍ବ ରସ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଲାଭଦାୟକ ଅଟେ। ଏଥିରୁ ପ୍ରଚୁର ପରିମାଣର ମ୍ୟାଗ୍ନେସିୟମ ମିଳିଥାଏ। ଯାହା ରକ୍ତଚାପକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ। ଯେଉଁମାନଙ୍କଠାରେ ଉଚ୍ଚ ରକ୍ତଚାପ ଥାଏ ସେମାନେ ପ୍ରତିଦିନ ଏକ ଗ୍ଲାସ ଡାଳିମ୍ବ ରସ ପିଇବା ଉଚିତ୍‌।

କର୍କଟ ରୋଗରୁ ରକ୍ଷା
ପ୍ରତିଦିନ ଡାଳିମ୍ବ ରସ ପିଇବା ଦ୍ୱାରା କର୍କଟ ଭଳି ବିପଜ୍ଜନକ ରୋଗରୁ ମୁକ୍ତି ମିଳିଥାଏ। ଡାଳିମ୍ବରେ ଆଣ୍ଟି କ୍ୟାନ୍‌ସର ଗୁଣ ରହିଛି ଯାହା ଶରୀରରେ କର୍କଟ କୋଷକୁ ବଢ଼ିବାକୁ ଦିଏ ନାହିଁ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି
ଡାଳିମ୍ବ ରସ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକରିଥାଏ।