ସ୍ତ୍ରୀଙ୍କୁ ଖୁସି କରିବା ଲାଗି ଏପରି କିଛି ଉପହାର ଦେଇଛନ୍ତି ଏମାନେ

କୁହାଯାଏ କି ସ୍ବାମୀଙ୍କୁ ଖୁସି କରିବା ଲାଗି ରାସ୍ତା ତାଙ୍କ ପେଟ ଦେଇ ଯାଇଥାଏ। ଅର୍ଥାତ ଭଲ ରୋଷେଇ କରି ଖାଇବାକୁ ଦେଲେ ସେମାନେ ସେଥିରେ ସନ୍ତୁଷ୍ଟ ହୋଇଥାନ୍ତି। ତେବେ ସ୍ତ୍ରୀଙ୍କୁ ଖୁସି କରିବା ଲାଗି ମଧ୍ୟ ସେପରି କିଛି ଉପାୟ ରହିଛି। ତାହା ହେଉଛି ଉପହାର। ସ୍ତ୍ରୀଙ୍କୁ ମନେଇବାକୁ ହେଲେ ଉପହାର ହିଁ ଯଥେଷ୍ଟ ବୋଲି ଅନେକେ କୁହନ୍ତି। ତେବେ ଆପଣ ଜାଣିଛନ୍ତି ବଲିଉଡ୍‌ ଅଭିନେତାମାନେ ତାଙ୍କ ସ୍ତ୍ରୀଙ୍କୁ ଦେଉଥିବା ଉପହାର ସମ୍ପର୍କରେ। ଏହା ସେମାନଙ୍କ ଲାଗି ସାଧାରଣ କଥା ହୋଇ ଥିଲେ ମଧ୍ୟ ସ୍ତ୍ରୀଙ୍କ ଖୁସି ଲାଗି ସେମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଛାଇ ନ ଥାନ୍ତି।
ତେବେ ଜାଣନ୍ତୁ ଏମାନେ ସ୍ତ୍ରୀଙ୍କୁ କ’ଣ ଦେଇଛନ୍ତି ଉପହାର…

ବିରାଟ-ଅନୁଷ୍କା
ଅନୁଷ୍କା ଶର୍ମାଙ୍କୁ ବିରାଟ କୋହଲି ଏକ ସୁନ୍ଦର ଉପହାର ଦେଇଛନ୍ତି ତାହା ହେଉଛି ମୁମ୍ବାଇର ଏକ ବିରାଟ ଅଟ୍ଟାଳିକା।

ରାଜ୍‌ କୁନ୍ଦ୍ରା – ଶିଳ୍ପା ସେଟ୍ଟୀ
ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ତାଙ୍କ ସ୍ବାମୀ ରାଜ୍‌ କୁନ୍ଦ୍ରା ଅନେକ ଉପହାର ଦେଇଛନ୍ତି। ରାଜ୍‌ ଶିଳ୍ପାଙ୍କୁ ଦେଉଥିବା ଉପହାର ସବୁବେଳେ ଚମକପ୍ରଦ ହୋଇଥାଏ। ସେ ଦୁବାଇରେ ଶିଳ୍ପାଙ୍କୁ ଏକ ଆପାର୍ଟମେଣ୍ଟ ଓ ପରେ ଲଣ୍ଡନରେ ଏକ ଘର କିଣି ଦେଇଛନ୍ତି। ତା’ ସହ ଏକ ହୀରା ମୁଦି।

ଅକ୍ଷୟ କୁମାର- ଟ୍ବିଙ୍କିଲ ଖାନ୍ନା:
ବଲିଉଡ୍‌ର ଖିଲାଡି ଅକ୍ଷୟ କୁମାର ସ୍ତ୍ରୀ ଟ୍ବିଙ୍କିଲଙ୍କ ମନ ଜିଣିବାକୁ କୌଣସି ଉପାୟ ଛାଡି ନାହାନ୍ତି । ସେ ତାଙ୍କୁ ବେଣ୍ଟଲି କାର କିଣି ଦେଇଛନ୍ତି।

ଆନନ୍ଦ ଆହୁଜା-ସୋନମ କପୁର:
ଗତବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଆନନ୍ଦ ଆହୁଜା ଓ ସୋନମ କପୁର ମଧ୍ୟ ଉପହାର ମାମଲାରେ ବେଶ୍‌ ସକ୍ରିୟ। ଆନନ୍ଦ ନିକଟରେ ସୋନମଙ୍କୁ ଏକ ବଙ୍ଗଳା ଉପହାର ଦେଇଛନ୍ତି। ଏହାର ମୂଲ୍ୟ ୧୫୦ କୋଟିରୁ ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri