Categories: ଜାତୀୟ

ସ୍ବାମୀଙ୍କ ସହ ମୋବାଇଲରେ କଥା ହୋଇ ସାପ ଉପରେ ବସିପଡିଲେ ମହିଳା

ଗୋରଖପୁର,୮।୯: ହରିୟାଣା ଗୋରଖପୁର ରିୟାବ ଗାଁର ଗୀତା ନାମକ ଜଣେ ମହିଳା ମୋବାଇଲ ଫୋନରେ କଥା ହୋଇ ସାପ ଉପରେ ବସି ପଡିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ଅଜାଣତରେ ସାପ ଉପରେ ବସି ପଡିବା ଫଳରେ ସାପ ତାଙ୍କୁ କାମୁଡି ଦେବାରୁ ଶେଷରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗୀତାଙ୍କ ସ୍ବାମୀ ଜୟସିଂହ ଯାଦବ ଥାଇଲାଣ୍ଡରେ ରହି କାମ କରନ୍ତି। ରାତିରେ ସେ ଗୀତାଙ୍କ ସହ କଥା ହେଉଥିବା ବେଳେ ଗୀତା ବିଛଣାରେ ବସିପଡି କଥା ହେବାକୁ ଭାବି କିଛି ନ ଦେଖି ହଠାତ୍‌ ବିଛଣାରେ ବସି ପଡିଥିଲେ। ହେଲେ ପୂର୍ବରୁ ସେଠାରେ ଥିବା ଦୁଇଟି ସାପ ଗୀତାଙ୍କୁ କାମୁଡି ଦେଇଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share