ସ୍ବାମୀଙ୍କ ସହ କାହିଁକି କାମ କରନ୍ତିନି ବିଦ୍ୟା

ମୁମ୍ବାଇ: ବଲିଉଡ୍‌ ଡାର୍ଟି ଗର୍ଲ ବିଦ୍ୟା ବଲାନ୍‌ଙ୍କ ସ୍ବାମୀ ସିଦ୍ଧାର୍ଥ ମଧ୍ୟ ବଲିଉଡ୍‌ର ଜଣେ ଭଲ ପ୍ରଯୋଜକ। ହେଲେ ନାୟିକା ଭାବେ ବିଦ୍ୟା ସିଦ୍ଧାର୍ଥଙ୍କ ସହ କାମ କରିବାକୁ ପସନ୍ଦ କରନ୍ତି ନାହିଁ। ତେବେ ଏହାର କାରଣ ସମ୍ପର୍କରେ ବିଦ୍ୟା ନିକଟରେ ଏକ ସାକ୍ଷାତ୍‌କାରରେ ପ୍ରକାଶ କରିଛନ୍ତି। ସିଦ୍ଧାର୍ଥ ‘ଦଙ୍ଗଲ’, ‘ଏବିସିଡି’, ‘ଚେନ୍ନାଇ ଏକ୍ସପ୍ରେସ୍‌’, ‘ବର୍ଫି’ ଭଳି ହିଟ୍‌ ଫିଲ୍ମ ଭେଟି ଦେଇଥିବା ବେଳେ ବିଦ୍ୟା କିନ୍ତୁ ଏହାଠାରୁ ଦୂରେଇ ରହିଛନ୍ତି। ବିଦ୍ୟା କୁହନ୍ତି ମୁଁ ଅନ୍ୟ ପ୍ରଯୋଜକ ବା ନିର୍ଦ୍ଦେଶକଙ୍କ ସହ କାମ କଲେ କିଛି ଯଦି ଅସୁବିଧା ହୁଏ ତେବେ ମୁଁ କାମ ଅଧାରୁ ବନ୍ଦ କରି ପାରିବି କି ତାଙ୍କ ସହ ତର୍କ କରିପାରିବି। କିନ୍ତୁ ସିଦ୍ଧାର୍ଥଙ୍କ ସହ ସେ ସେମିତି କରିପାରିବେ ନାହିଁ ବୋଲି କହିଛନ୍ତି। ଅନ୍ୟପଟେ ବିଦ୍ୟା ଅନ୍ୟ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ଯେତିକି ପାରିଶ୍ରମିକ ଦାବି କରିପାରିବେ ତାହା ସେ ତାଙ୍କ ସ୍ବାମୀଙ୍କ ପାଖରେ ଦାବି କରି ପାରିବେ ନାହିଁ। ତେଣୁ ତାଙ୍କ ପବିତ୍ର ସମ୍ପର୍କରେ ଫାଟ ହେବାକୁ ସେ କେବେ ଚାହାଁନ୍ତି ନାହିଁ ବୋଲି କହିଛନ୍ତି। ତେଣୁ ସେ ସ୍ବାମୀଙ୍କ ସହ କାମ କରିବାକୁ ପସନ୍ଦ କରୁ ନ ଥିବା କହିଛନ୍ତି। ପାରିବାରିକ ଜୀବନ ତାଙ୍କର ସୁଖମୟ। ତେଣୁ ସେ ଏହାକୁ ବଜାୟ ରଖିବାକୁ ଯାଇ ଏହାଠି କାମ କରୁ ନ ଥିବା କହିଛନ୍ତି।

Share