Categories: ଜାତୀୟ

ସ୍ବାମୀଙ୍କ ସହମତିରେ ନଣନ୍ଦଙ୍କୁ ବିବାହ କରିଥିଲେ ଭାଉଜ

ପାଟନା,୧।୩: ବିହାର ସମସ୍ତିପୁର ଜିଲାର ଜଣେ ମହିଳା ତାଙ୍କ ସ୍ବାମୀଙ୍କ ସହମତି କ୍ରମେ ନଣନ୍ଦଙ୍କୁ ବିବାହ କରିଥିଲେ। ଉକ୍ତ ଯୁବତୀଙ୍କୁ ତାଙ୍କ ବଡ଼ ଭଉଣୀ ଅପହରଣ କରିନେଇଥିବା ଭାଉଜ ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି। ଏହି ମାମଲାର ତଦନ୍ତ ଦାୟିତ୍ୱ ଜଣେ ମହିଳା ଥାନା ଅଧିକାରୀଙ୍କୁ ଦିଆଯାଇଛି।
ପୋଲିସ କହିବା ଅନୁଯାୟୀ ମହିଳା ଜଣଙ୍କ ବିବାହିତା ଓ ତାଙ୍କର ଦୁଇଟି ସନ୍ତାନ ରହିଛି। ଛାଡ଼ପତ୍ର ହୋଇସାରିଥିଲେ କିମ୍ବା ଅବିବାହିତ ଥିଲେ ସମଲିଙ୍ଗୀ ବିବାହ ପାଇଁ ନିଷ୍ପତ୍ତି ନେଇପାରିବେ ବୋଲି ପୋଲିସ କହିଛି। ନଣନ୍ଦ ନାବାଳିକା ଥିବାରୁ ଏହା ଏକ ବିବାଦୀୟ ପ୍ରସଙ୍ଗ ବୋଲି ରୋସେରା ଥାନାର ଭାରପ୍ରାପ୍ତ ଅଧିକାରୀ କ୍ରିଷ୍ଣ ପ୍ରସାଦ କହିଛନ୍ତି। ମହିଳାଙ୍କ ସହ ତାଙ୍କ ସ୍ବାମୀ, ଦୁଇ ପିଲା ଓ ନାବାଳିକା ନଣନ୍ଦ ଏକ ଭଡ଼ାଘରେ ରହୁଥିଲେ। ଗତ ଶୁକ୍ରବାର ମହିଳାଙ୍କ ବଡ଼ ନଣନ୍ଦ ୧୦-୧୫ ଜଣ ଲୋକଙ୍କୁ ସାଙ୍ଗରେ ଆଣି ଉକ୍ତ ଭଡ଼ାଘରେ ପହଞ୍ଚତ୍ ନାବାଳିକା ଝିଅକୁ ନେଇଯିବାରୁ ଘଟଣାର ମୋଡ଼ ବଦଳିଯାଇଛି। ଏହି ଘଟଣା ପରେ ମହିଳା ଜଣକ ତାଙ୍କ ସ୍ବାମୀ ଓ ପିଲାମାନଙ୍କ ସହ ଥାନାରେ ପହଞ୍ଚତ୍ ଅପହୃତ ସାନ ନଣନ୍ଦକୁ ଫେରାଇ ଆଣିବା ଲାଗି ଦାବି କରିଛନ୍ତି। ମହିଳାଙ୍କ କହିବା ଅନୁଯାୟୀ ସେ ୫/୬ ମାସ ହେଲା ସାନ ନଣନ୍ଦଙ୍କୁ ବିବାହ କରିଥିଲେ। ସେମାନଙ୍କ ସମ୍ପର୍କ ବିଷୟରେ ସ୍ବାମୀ ସବୁ ଜାଣିଥିଲେ ମଧ୍ୟ କୌଣସି ପ୍ରତିବାଦ କରୁ ନ ଥିଲେ। ସେ ନଣନ୍ଦଙ୍କୁ ଖୁବ୍‌ ଭଲ ପାଉଥିବା ଓ ତାଙ୍କ ବିନା ବଞ୍ଚତ୍ପାରିବେ ନାହିଁ ବୋଲି ମହିଳା ଜଣଙ୍କ ପୋଲିସକୁ କହିଛନ୍ତି। ଅପହରଣ ଘଟଣାରେ ମ୍ରିୟମାଣ ମହିଳା ଗତ ରବିବାର ଏକ ମନ୍ଦିର କାନ୍ଥରେ ମୁଣ୍ଡ ପିଟି ଆହତ ହୋଇଥିବାରୁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସ୍ତ୍ରୀଙ୍କ ଖୁସିକୁ ସେ ସମର୍ଥନ କରନ୍ତି ବୋଲି ସ୍ବାମୀ ଜଣକ ଗଣମାଧ୍ୟମକୁ କହିଛନ୍ତି।

Share