Categories: ଜାତୀୟ

ସ୍ବାମୀଙ୍କ ମୁଣ୍ଡ କାଟି ଥାଳିରେ ଧରି ଥାନାରେ ପହଞ୍ଚିଲେ ମହିଳା

ଗୁଆହାଟୀ, ୩୦।୫: ଆସାମର ଲକ୍ଷ୍ମୀପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମହିଳା ନିଜ ସ୍ବାମୀଙ୍କ ମୁଣ୍ଡ କାଟି ପ୍ଲାଷ୍ଟିକ୍‌ ଥାଳିରେ ରଖି ଥାନାରେ ପହଞ୍ଚିଥିଲେ। ମୁଁ ମୋ ସ୍ବାମୀ ହତ୍ୟା କରିଛି ବୋଲି ସ୍ବୀକାର ମଧ୍ୟ କରିଥିଲେ। ପୋଲିସ ଉକ୍ତ ମହିଳାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନାଯୋଗ୍ୟ, ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି କି, ମୋ ସ୍ବାମୀ ମଦ ପିଇ ମୋ ସହ ମାରପିଟ୍‌ କରୁଥିତ୍ଲେ। ଏପରିକି ପିଲାମାନଙ୍କୁ ମଧ୍ୟ ଛାଡୁ ନ ଥିଲେ। ପ୍ରତିଦିନ ଏଭଳି ଘଟଣା ଘଟିବା ଦେଖି ୁ ମଁୁ ତାଙ୍କୁ ହତ୍ୟା କଲି ବୋଲି ପୋଲିସ ଆଗରେ କହିଛନ୍ତି।

Share