Categories: ଜାତୀୟ

ସ୍ବାମୀଙ୍କ ଭୟରେ ୫ ମହଲାରୁ ଡେଇଁଲେ ସ୍ତ୍ରୀ

ନୂଆଦିଲ୍ଲୀ, ୧୬।୫: ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମହିଳା ସ୍ବାମୀଙ୍କ ଭୟରେ ୫ମହଲା ଛାତରୁ ଡେଇଁ ପ୍ରାଣ ହରାଇଛନ୍ତି। ମୃତ ମହିଳା ଜଣଙ୍କ ସ୍ବାମୀଙ୍କ ଅନୁପସ୍ଥିତିରେ ଅନ୍ୟ ଜଣେ ପୁରୁଷଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଧରାପଡିଯିବାରୁ ଭୟରେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ସାଉଥ୍‌ ଦିଲ୍ଲୀ ତଗଡୀ ଥାନା ଅଞ୍ଚଳ ଜେଜେ କଲୋନୀରେ ରହୁଥିବା ଜଣେ ମହିଳା ନିଜ ସ୍ବାମୀଙ୍କ ସହ ରହୁଥିଲେ। ଅନ୍ୟ ଜଣେ ପୁରଷଙ୍କ ସହ ତାଙ୍କର ସମ୍ପର୍କ ଥିଲା। ଘଟଣା ଦିନ ମହିଳାଙ୍କ ସ୍ବାମୀ କୌଣସି କାମରେ ବାହାରକୁ ଯାଇଥିଲାବେଳେ ଉକ୍ତ ପୁରୁଷ ଜଣଙ୍କ ଘରକୁ ଆସିଥିଲେ। ଦୁହେଁ ବେଡ୍‌ରୁମରେ ଏକାଠି ଥିଲାବେଳେ ହଠାତ୍‌ ମହିଳାଙ୍କ ସ୍ବାମୀ ଆସି ଦେଖିଦେଇଥିଲେ। ପରେ ମହିଳାଙ୍କୁ ଚାପୁଡା ମାରି ଘର ବନ୍ଦ କରିଥିଲେ ତାଙ୍କ ସ୍ବାମୀ। ଏହାପରେ ମହିଳା ଜଣଙ୍କ ଭୟଭୀତ ହୋଇ ଘରର ବାଲକୋନୀରୁ ତଳକୁ ଡେଇଁ ପଡିଥିଲେ ବୋଲି ପୋଲିସ ସୂଚନା ଦେଇଛି।

Share