ସ୍ବାମୀଙ୍କ ଭଲ ପାଇବାରେ ଅତିଷ୍ଠ ହୋଇ ସ୍ତ୍ରୀ ଛାଡ଼ପତ୍ର ପାଇଁ କୋର୍ଟର ହେଲେ ଦ୍ୱାରସ୍ଥ

ଆବୁଧାବି, ୨୫।୮: ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ଭଲ ପାଇବା ରହିବା ସ୍ବାଭାବିକ କଥା। ତେବେ ସ୍ବାମୀଙ୍କ ଭଲ ପାଇବାରେ ଅତିଷ୍ଠ ହୋଇ ଜଣେ ମହିଳା ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ କରିଛନ୍ତି। ଏହି ଘଟଣା ୟୁଏଇରେ ଘଟିଛି। ସ୍ତ୍ରୀ ସ୍ଥାନୀୟ ଫୁଜୈରାସ୍ଥିତ କୋର୍ଟରେ ଏନେଇ ଆବେଦନ କରିଛନ୍ତି। ଆବେଦନରେ ଦର୍ଶାଯାଇଛି ଯେ, ସ୍ବାମୀ ଆବଶ୍ୟକତାଠାରୁ ଅଧିକ ଭଲ ପାଉଥିବାରୁ ଏଥିରେ ସେ ଅତିଷ୍ଠ ହୋଇପଡ଼ିଛନ୍ତି। ସେମାନଙ୍କର ବିବାହକୁ ମାତ୍ର ଏକ ବର୍ଷ ହୋଇଥିବା ଆବେଦନରେ ଦର୍ଶାଯାଇଛି। ସେହିପରି ବିବାହ ପରେ ସ୍ବାମୀ ତାଙ୍କ ସହିତ ଥରେ ହେଲେ ଝଗଡ଼ା ମଧ୍ୟ କରି ନ ଥିବା ସ୍ତ୍ରୀ ଦର୍ଶାଇଛନ୍ତି। ଏଭଳି ଆବେଦନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରବନୀତ ସିଂ ବିଟ୍ଟୁ, ଜାଣନ୍ତୁ କାହିଁକି ଛାଡ଼ିବାକୁ ପଡ଼ିଲା…

ନୂଆଦିଲ୍ଲୀ,୪।୭: କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଇସ୍ତଫାକୁ ଗ୍ରହଣ କରିଥିବା ନେଇ ଶୁକ୍ରବାର…

ଗନ୍ଧର୍ବ କଳା ସମ୍ମାନ ପାଇଲେ ଗୌରୀ ଶଙ୍କର ଦୁର୍ଗା: କଳାହାଣ୍ଡି ପାଇଁ ପୁଣି ଆଣିଲେ ଗୌରବ

ଭବାନୀପାଟଣା,୨୪।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ମାଟିର ଜଣାଶୁଣା ଲୋକ ବାଦ୍ୟ କଳାକାର ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ ପ୍ରତିଭା ଗୌରୀ ଶଙ୍କର…

ବଲାଙ୍ଗୀରରେ ବାହୁଡ଼ା ରଥଯାତ୍ରା: ମନ୍ଦିରକୁ ବାହୁଡ଼ିଲେ ତିନି ଠାକୁର

ବଲାଙ୍ଗୀର, ୨୪।୭ (ସୁନିଲ କୁମାର ମହାନ୍ତି): ଶୁକ୍ରବାର ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡ଼ା ରଥଯାତ୍ରା ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି। ଶ୍ରୀଜିଉମାନେ ମାଉସୀମା ମନ୍ଦିରରୁ…

NEET ପେପର ଲିକ୍ ନେଇ NTAରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ, ୪୭ ଅଧିକାରୀ ଚାକିରିରୁ ବିଦା

ନୂଆଦିଲ୍ଲୀ,୨୪ା୭: NEET ପେପର ଲିକ୍ ଏବଂ ଦେଶବ୍ୟାପୀ ପ୍ରଦର୍ଶନ ମଧ୍ୟରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରେ ବ୍ୟାପକ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାର ଏକ…

ବାହୁଡ଼ା ଯାତ୍ରାରେ ଜଗା ଦର୍ଶନ ହେଲା ଶେଷ ଦର୍ଶନ : ଦେଖିବାକୁ ଆସି…

ବରଗଡ଼,୨୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ -ଭଟଲି ରାସ୍ତାର ଗୋପାଳପୁର ନିକଟରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଏକ ବାଇକ୍…

ଦିଗପହଣ୍ଡିରେ ନିଆରା ବାହୁଡ଼ା ଯାତ୍ରା: ପୁରୀ ବାହୁଡ଼ା ଯାତ୍ରାର ଦିନକ ପରେ…

ଦିଗପହଣ୍ଡି,୨୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ନିଆରା ବାହୁଡ଼ା ଯାତ୍ରା ପରମ୍ପରା କେଉଁ ଆବହମାନ କାଳରୁ ଚଳିଆସିଛି। ପୁରୀ ବାହୁଡ଼ା ଯାତ୍ରାର ଦିନକ ପରେ ପବିତ୍ର…

ତିଲୋରୀରେ ନିଆରା ଢଙ୍ଗରେ ପାଳିତ ହେଲା ବାହୁଡ଼ା ଯାତ୍ରା: ଖଟୁଲିରେ ବିଜେ କଲେ…

ଦାରିଙ୍ଗବାଡି, ୨୪/୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ସ୍ଥାନରେ ଶୁକ୍ରବାର ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଶାନ୍ତି ଓ ଶୃଙ୍ଖଳାର ସହ ପାଳିତ ହୋଇଯାଇଛି।…

ବାଘ ସହ ୩୦ ମିନିଟର ଲଢେଇ: ଯୁବକ ଗୁରୁତର

ନୀଳଗିରି, ୨୪।୭ (ପ୍ରଶାନ୍ତ କୁମାର ବିଶ୍ୱାଳ): କୁଳଡିହା ଅଭୟାରଣ୍ୟ ନିକଟରେ ବାଘ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ପ୍ରଥମେ ତାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri