ନୂଆଦିଲ୍ଲୀ,୧୫।୧୨: ମହିଳାଙ୍କ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଭାଇରାଲ ଏକ ସାଧାରଣ ଘଟଣା। କିନ୍ତୁ ଗାଜିପୁରର ମହମ୍ମଦାବାଦରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରି ଚର୍ଚ୍ଚାକୁ ଆସିଛନ୍ତି। କେବଳ ଏତିକି ନୁହେଁ, ସ୍ବାମୀଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବିରୋଧରେ ଏହି ଅପରାଧ ପାଇଁ ଏକ ଏଫଆଇଆର ରୁଜୁ କରିଛନ୍ତି। ସେ କହିଛନ୍ତି, ଉଭୟଙ୍କ ମଧ୍ୟରେ ଏକ କୋର୍ଟ ମାମଲା ଚାଲିଛି ଏବଂ ତାଙ୍କ ସ୍ତ୍ରୀ କେବଳ ଏହି ମାମଲା ଯୋଗୁ ଏପରି କରୁଛନ୍ତି।
ମହମ୍ମଦାବାଦ ଥାନାରେ ମାମଲା ରୁଜୁ ହୋଇଛି। ମାଉ ଜିଲାର ହଲଦାରପୁର ଥାନା ରତନପୁରାର ବାସିନ୍ଦା ସୁନୀଲ ତାଙ୍କ ନିଜ ସ୍ତ୍ରୀ ସମେତ ପାଞ୍ଚ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ସୁନୀଲ ଅଭିଯୋଗ କରିଛନ୍ତି, ତାଙ୍କ ସ୍ତ୍ରୀ ତାଙ୍କର ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଲଗାତାର ପ୍ରସାରିତ କରୁଛନ୍ତି। ସମ୍ପର୍କୀୟମାନେ ତାଙ୍କୁ ଜଣାଇବା ପରେ ଏଫଆଇଆର ରୁଜୁ କରିଛନ୍ତି।
ସୁନୀଲ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୋର୍ଟରେ ମାମଲା ଚାଲିଛି। ସୁନୀଲ କହିଛନ୍ତି, ମୁଁ ମୋ ସ୍ତ୍ରୀକୁ ସେହି ଫଟୋଗୁଡ଼ିକୁ ଡିଲିଟ କରିବାକୁ ଏବଂ ଏପରି କାମ କରିବା ବନ୍ଦ କରିବାକୁ କହିବାରୁ, ସେ ମୋତେ ଧମକ ଦେବା ଆରମ୍ଭ କଲେ। ମୋତେ ମାରିବା ପାଇଁ ଗୁଣ୍ଡାଙ୍କୁ ନିଯୁକ୍ତି ଦେବେ ବୋଲି କହିଥିଲେ। ସେ ମୋ ସମଗ୍ର ପରିବାରକୁ ନଷ୍ଟ କରିଦେବେ ବୋଲି କହିଛନ୍ତି।
ତା’ପରେ ସୁନୀଲ ମହମ୍ମଦାବାଦ ପୋଲିସରେ ଅଭିଯୋଗ କରି ଏହି ମାମଲାରେ ଏକ ମାମଲା ରୁଜୁ କରିଥିଲେ। ସେ ଏହା ମଧ୍ୟ ଅଭିଯୋଗ କରିଥିଲେ, ତାଙ୍କ ଶ୍ୱଶୁର, ତାଙ୍କ ସ୍ତ୍ରୀଙ୍କ ମାମୁଁ ପୁଅ ଏହି ସମଗ୍ର ଘଟଣାରେ ସମ୍ପୃକ୍ତ ଥିଲେ।
ସୁନୀଲଙ୍କ ଅଭିଯୋଗ ଆଧାରରେ, ପୋଲିସ ତାଙ୍କ ସ୍ତ୍ରୀ ସମେତ ପାଞ୍ଚ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ କହିଛି ଯେ, ତଦନ୍ତ ଚାଲିଛି। ଯଦି ଅଭିଯୋଗ ସତ୍ୟ ହୁଏ, ତେବେ ସେମାନେ ନିଶ୍ଚିତ ଭାବରେ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
Dharitri – Odisha’s No.1 Odia Daily


