Categories: ଜାତୀୟ

ସ୍ବାମୀଙ୍କୁ ଛାଡପତ୍ର ଦେଲେ ସ୍ବାତୀ ମାଲିୱାଲ

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ସ୍ବାମୀ ନବୀନ ଜୟହିନ୍ଦଙ୍କଠାରୁ ଛାଡ଼ପତ୍ର ନେଇଛନ୍ତି। ଏନେଇ ଟୁଇଟରେ ସେ ସୂଚନା ଦେଇ ଏକ ଭାବପ୍ରବଣ କ୍ୟାପଶନ୍‌ ଲେଖିଛନ୍ତି। ମୋର ଏବଂ ନବୀନ ପରସ୍ପରଙ୍କୁ ଛାଡ଼ପତ୍ର ଜୀବନସାଥୀଙ୍କଠାରୁ ଅଲଗା ହେବା ସବୁଠାରୁ ଦୁଃଖଦ ଘଟଣା। ବେଳେବେଳେ ଦୁଇଜଣ ଭଲ ଲୋକ ସେ ସବୁବେଳେ ମୋ ହୃଦୟରେ ରହିବେ। ମୁଁ ତାଙ୍କୁ ସବୁବେଳେ ମିସ୍‌ କରିବି ବୋଲି ସ୍ବାତୀ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୯ ଡିସେମ୍ବରରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧରେ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ଲାଗି ସ୍ବାତୀ ଆମରଣ ଅନଶନରେ ବସିଥିଲେ। ସେହିପରି ନବୀନ ଜୟହିନ୍ଦ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ଜଣେ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି।

Share