ସ୍ବାଭାବିକ ହେଉଛି ଚାଇନାର ଜୀବନଯାତ୍ରା

ବେଜିଂ,୨୧।୨: କରୋନା ଭାଇରସରେ ଚାଇନାରେ ହାହାକାର ପଡିଯାଇଥିବା ବେଳେ ଏଠାରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ସାରା ଦେଶରେ ଚହଳ ସୃଷ୍ଟି କରିଛି। ଏହାର ଭୟାବହତାକୁ ଦେଖି ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରି ଦିଆଯାଇଛି। ଶୁକ୍ରବାର ମିଳିଥିବା ସୂଚନାରୁ ଜଣାଯାଇଛି ଯେ, ଚାଇନାର କିଛି ଅଞ୍ଚଳରେ ଜୀବନଯାତ୍ରା ସ୍ବାଭାବିକ ହୋଇଛି। କେତୋଟି ଘରୋଇ ସଂସ୍ଥା ଖୋଲିଯିବା ଫଳରେ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏମିତିକି କେତୋଟି ପର୍ଯ୍ୟଟନସ୍ଥଳ ଖୋଲିଯିବାରୁ ସେଠାକୁ ଯିବାକୁ ପର୍ଯ୍ୟଟକମାନଙ୍କୁ ଅନୁମତି ମଧ୍ୟ ପ୍ରଦାନ କରାଯାଇଛି। ହେଲେ ସମସ୍ତ ସତର୍କତା ସହ ଲୋକମାନଙ୍କୁ ବାହାରକୁ ବାହାରିବାକୁ ଚାଇନା ସରକାର ସତର୍କ କରାଇଛନ୍ତି। ସୂଚନାଯୋଗ୍ୟ, କରୋନା ଭାଇରସ ଗତବର୍ଷ ଡିସେମ୍ବରରେ ଚାଇନାରେ ଦେଖାଦେଇଥିବା ବେଳେ ଏବେ ଏହା ସାରା ବିଶ୍ୱର ନିଦ ହଜାଇ ଦେଇଛି। କାରଣ ପ୍ରତିଦିନ ଏହି କରୋନା ଭାଇରସରେ ଚାଇନାରେ ଶହ ଶହ ଲୋକ ସଂକ୍ରମିତ ହେଉଥିବା ବେଳେ ଏହାର ସଠିକ୍‌ ଚିକିତ୍ସା ପଦ୍ଧତି ଏପର୍ଯ୍ୟନ୍ତ ବାହାରିପାରି ନାହିଁ।

Share