Categories: କଟକ

ସ୍ବାବ୍‌ ପରୀକ୍ଷା ଦାବିରେ ପ୍ରବାସୀଙ୍କ ରାସ୍ତାରୋକୋ

ତିଗିରିଆ,୩୧।୫(ଡି.ଏନ୍‌.ଏ.)- କଟକ ଜିଲା ତିଗିରିଆ ବ୍ଲକ ଅନ୍ତର୍ଗତ ଜେମାଦେଈପୁର ପଞ୍ଚାୟତସ୍ଥିତ କ୍ଷେତ୍ରମୋହନ ଚୌଧୁରୀ ନୋଡାଲ ଉ.ପ୍ରା.ବିଦ୍ୟାଳୟରେ ଥିବା ପ୍ରବାସୀମାନଙ୍କ ସ୍ବାବ୍‌ ପରୀକ୍ଷା ବିଳମ୍ବ ହେଉଛି। ଏନେଇ ପ୍ରବାସୀମାନେ ରବିବାର କଟକ-ନରସିଂହପୁର ୬୫ନଂ ରାଜପଥରେ ରାସ୍ତାରୋକୋ କରିଥିଲେ। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ୬୦ରୁ ଊର୍ଦ୍ଧ୍ୱ ପ୍ରବାସୀ ୨୦ ଦିନ ହେବ ରହୁଛନ୍ତି। ମାତ୍ର ଏପର୍ଯ୍ୟନ୍ତ ସେମାନଙ୍କ ସ୍ବାବ୍‌ ପରୀକ୍ଷା ହୋଇନାହିଁ। ଫଳରେ ସେମାନେ ଘରକୁ ଯାଇ ପାରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରବାସୀଙ୍କ ରାସ୍ତାରୋକୋ ଯୋଗୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ା ଖବରପାଇ ତିଗିରିିଆ ବିଡିଓ ଦୀପ୍ତିମୟୀ ବେହେରା ଓ ତିଗିରିଆ ଥାନା ଅଧିକାରୀ ରବୀନ୍ଦ୍ର କୁମାର ଭୁଜବଳ ପ୍ରମୁଖ ସେଠାରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ୨ ଦିନ ମଧ୍ୟରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ବେହେରା ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା।