ସ୍ବାଧୀନତା ଦିବସ ସୁରକ୍ଷାକୁ ନେଇ ଡିଜିପିଙ୍କ ସମୀକ୍ଷା: ମାଓବାଦୀପ୍ରବଣ ଅଞ୍ଚଳରେ ସଜାଗ ରହିବାକୁ ନିର୍ଦ୍ଦେଶ

କଟକ ଅଫିସ, ୧୪।୮: ଆଗାମୀ ସ୍ବାଧୀନତା ଦିବସରେ କୌଣସି ଅପ୍ରୀତିକର ପରିସ୍ଥିତି ଓ ଆତଙ୍କବାଦୀ ଆକ୍ରମଣ ଏଡ଼ାଇବା ଲାଗି ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମଙ୍ଗଳବାର ରାଜ୍ୟ ପୋଲିସ ମୁଖ୍ୟାଳୟରେ ସୁରକ୍ଷା ସଂକ୍ରାନ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ବିଜୟ କୁମାର ଶର୍ମା ଅଧ୍ୟକ୍ଷତା କରିବା ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବେ। ଅନ୍ୟପକ୍ଷେ ବିଭିନ୍ନ ଜିଲାସ୍ତରୀୟ ସମାରୋହରେ ମନ୍ତ୍ରୀମାନେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏହି ସମୟରେ ଯେପରି କିଛି ଅପ୍ରୀତିକର ପରିସ୍ଥିତି ତଥା ହିଂସାକାଣ୍ଡ ନ ଘଟିବ ଓ ଶାନ୍ତିଶୃଙ୍ଖଳାର ସହ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ସେଥିପ୍ରତି ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିୟର (ଏସ୍‌ଓପି)କୁ କଡ଼ାକଡ଼ି ପାଳନ କରିବା ଲାଗି ଡିଜିପି ଶର୍ମା ସମସ୍ତ ଜିଲାର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଏ ନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭୁବନେଶ୍ୱର-କଟକ କମିଶନରଙ୍କ ସମେତ ରାଜ୍ୟର ସମସ୍ତ ରେଞ୍ଜ ଆଇଜି, ଡିଆଇଜି, ଡିସିପି ଓ ଏସ୍‌ପିଙ୍କ ସହ ଆଲୋଚନା କରିଛନ୍ତି।
ସ୍ବାଧୀନତା ଦିବସକୁ ବର୍ଜନ କରିବା ପାଇଁ ମାଓବାଦୀମାନେ ଡାକରା ଦେଇଛନ୍ତି। ତେଣୁ ରାଜ୍ୟର ମାଓବାଦୀପ୍ରବଣ ଜିଲାଗୁଡିକରେ ସୁରକ୍ଷା ବ୍ୟବସ୍ଥା କିପରି କଡ଼ାକଡ଼ି କରାଯିବ ଏବଂ ଶାନ୍ତିଶୃଙ୍ଖଳାର ସହ ସ୍ବାଧୀନତା ଦିବସ ପାଳନ ହେବ ସେନେଇ ଆଲୋଚନା କରାଯାଇଛି। ଗୋଇନ୍ଦା ତଥ୍ୟ ଆଧାରରେ ସତର୍କ ଓ ସଜାଗ ରହିବାକୁ ଏସ୍‌ପିମାନଙ୍କୁ ଡିଜିପି ଶର୍ମା କହିଛନ୍ତି। ସ୍ବାଧୀନତା ଦିବସ ସମାରୋହ ଆୟୋଜନ ସ୍ଥାନ, ଅଂଶଗ୍ରହଣକାରୀ ଦଳ, ନିମନ୍ତ୍ରିତ ଅତିଥି, ଛାତ୍ରୀଛାତ୍ର ଏବଂ ଆୟୋଜକଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟସ୍ତରୀୟ ସମାରୋହ ଲାଗି ସ୍ବତନ୍ତ୍ର ଧ୍ୟାନ ଦେବା ସହ ପାର୍କିଂସ୍ଥଳ, ଟ୍ରାଫିକ ବ୍ୟବସ୍ଥା ଓ ବିଶିଷ୍ଟ ଅତିଥିମାନଙ୍କ ଯାତାୟାତ ଉପରେ ଗୁରୁତ୍ୱାରୋପ କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ଯେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଲାଗି ପ୍ରସ୍ତୁତ ରହିବା ପାଇଁ ସେ ସମସ୍ତ ଅଧିକାରୀଙ୍କୁ କହିଛନ୍ତି। ଏହି ବୈଠକରେ ରାଜ୍ୟ ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ସୁନୀଲ ରୟ, ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି, ଅତିରିକ୍ତ ଡିଜିପି (କ୍ରାଇମବ୍ରାଞ୍ଚ) ସନ୍ତୋଷ ଉପାଧ୍ୟାୟ, ଅତିରିକ୍ତ ଡିଜିପି (ରେଲଓ୍ବେ) ପ୍ରଣବିନ୍ଦୁ ଆଚାର୍ଯ୍ୟ, ଅତିରିକ୍ତ ଡିଜିପି (ଏସ୍‌ସିଆର୍‌ବି) ସୁଧାଂଶୁ ଷଡଙ୍ଗୀ, ଅତିରିକ୍ତ ଡିଜିପି (ଆଧୁନିକୀକରଣ) ବିନୟତୋଷ ମିଶ୍ର, ଅତିରିକ୍ତ ଡିଜିପି (ଆଇନଶୃଙ୍ଖଳା) ସଞ୍ଜୀବ ପଣ୍ଡା, ଆଇଜି (ଗୋଇନ୍ଦା) ରାଧାକୃଷ୍ଣ ଶର୍ମା, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି (ପର୍ସୋନେଲ) ପି.ଏସ୍‌.ରଣପିସେ, ଆଇଜି (ହେଡକ୍ବାର୍ଟର) ସଫିନ ଅହମ୍ମଦ କେଙ୍କ ସମେତ ରେଞ୍ଜ ଓ ଜିଲାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ଭୁବନେଶ୍ୱର ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସୁରକ୍ଷା ପାଇଁ ସ୍ବତନ୍ତ୍ର ଭାବେ ଆଲୋଚନା ହୋଇଥିଲା। ଏଥିସହ ମଙ୍ଗଳବାର ମଧ୍ୟ ଡିଜିପି ଶର୍ମା ଓ ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି ପ୍ରଦର୍ଶନୀ ପଡ଼ିଆ ପରିଦର୍ଶନ କରିଛନ୍ତି। ସକାଳେ ସ୍ବାଧୀନତା ଦିବସ ପରିପ୍ରେକ୍ଷୀରେ ସେଠାରେ ପୋଲିସ ପକ୍ଷରୁ ଅଭ୍ୟାସ ପରେଡ୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri