Categories: ଜାତୀୟ

ସ୍ବାଧୀନତା ଦିବସ ଶୁଭେଚ୍ଛା ବାର୍ତ୍ତାରେ ଉନ୍ନାଓ ବଳାତ୍କାରୀଙ୍କ ଫଟୋ

ଲକ୍ଷ୍ନୌ,୧୬।୮: ଉନ୍ନାଓ ବଳାତ୍କାର ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଭାଜପାର ବହିଷ୍କୃତ ବିଧାୟକ କୁଲଦୀପ ସିଂ ସେନଗାରଙ୍କ ଫଟୋକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ସ୍ବାଧୀନତା ଦିବସ ଅବସରରେ ଉନ୍ନାଓ ନଗର ପଞ୍ଚାୟତର ଏକ ବିଜ୍ଞାପନ ସ୍ଥାନୀୟ ଖବର କାଗଜରେ ପ୍ରକାଶ ପାଇଥିଲା ଆଉ ଏଥିରେ ବଳାତ୍କାର ଅଭିଯୁକ୍ତ ସେନଗାରଙ୍କ ଫଟୋ ମଧ୍ୟ ପ୍ରକାଶ ପାଇଥିଲା। ଏହାକୁ ନେଇ ପ୍ରଶ୍ନ ଉଠିବାରୁ ଉନ୍ନାଓ ନଗର ପଞ୍ଚାୟତର ଚେୟାରମ୍ୟାନ ବା ଅଧ୍ୟକ୍ଷ ଅର୍ଜୁନ କୁମାର ଦୀକ୍ଷିତ କହିଛନ୍ତି ଯେହେତୁ ପୂର୍ବରୁ ସେନଗାର ଆମର ବିଧାୟକ ଥିଲେ ସେଥିପାଇଁ ତାଙ୍କ ଫଟୋ ପ୍ରକାଶ ପାଇଛି। ଏଥିରେ ସେମିତି କିଛି ଅସୁବିଧା ନାହିଁ।

Share