ସ୍ବାଧୀନତା ଦିବସରେ ଏଠି ସମସ୍ତେ ପିନ୍ଧନ୍ତି ଖଦି ପୋଷାକ

ଭାରତ ସ୍ବାଧୀନତାର ସ୍ବପ୍ନ ଦେଖିଥିବା ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଉଦ୍‌ବୋଧନରେ ସେତେବେଳେ ବହୁମାତ୍ରାରେ ଅନୁପ୍ରାଣିତ ହୋଇଥିଲେ ଛାତ୍ର ଗୋଷ୍ଠୀ। ଇଂରେଜମାନଙ୍କୁ ଦେଶରୁ ହଟାଇବାକୁ ଗାନ୍ଧିଜୀ ଯେଉଁ ମନ୍ତ୍ର ଦେଉଥିଲେ ତାହା ଛାତ୍ରମାନଙ୍କୁ ଉତ୍ସାହିତ କରୁଥିଲା। ଗାନ୍ଧିଜୀଙ୍କ ଭାଷଣ ଶୁଣି ଆଲିଗଡ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେବା ସହ ବିଦେଶୀ ପୋଷାକ ବର୍ଜନ କରିଥିଲେ। ସେତିକି ନୁହେଁ ଏହି ବିଶ୍ୱବିଦ୍ୟାଳୟ ଏତେ ମାତ୍ରାରେ ଗାନ୍ଧିଜୀଙ୍କ ଉଦ୍‌ବୋଧନରେ ଅନୁପ୍ରାଣିତ ହୋଇଥିଲା ଯେ, ଆଜିବି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତି ଓ ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ସମସ୍ତ ଛାତ୍ରୀଛାତ୍ର ଓ କର୍ମଚାରୀ ଖଦି ପୋଷାକ ପିନ୍ଧିବାର ଦେଖାଯାଏ।

Share