Categories: ଜାତୀୟ

ସ୍ବାଗତ ସମାରୋହରେ କଟିଲା ଭାଜପା ନେତାଙ୍କ ଆଙ୍ଗୁଳି

ଲକ୍ଷ୍ନୌ,୧୨।୮: ଉତ୍ତରପ୍ରଦେଶର ଭାଜପା ଅଧ୍ୟକ୍ଷ ତଥା ପରିବହନ ମନ୍ତ୍ରୀ ସ୍ବତନ୍ତ୍ର ଦେବ ସିଂହଙ୍କ ସହ ସୋମବାର ଏକ ଦୁର୍ଘଟଣା ଘଟିଛି। ମୁଜାଫରନଗରର ସର୍କୁଲାର ରୋଡରେ ଆୟୋଜିତ ଏକ ସ୍ବାଗତ ସମାରୋହ ସମୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହି ସମୟରେ ସ୍ବତନ୍ତ୍ର ଦେବ ସିଂହଙ୍କ ଡାହାଣ ହାତର କାଣି ଆଙ୍ଗୁଠି କଟିଯାଇଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ ବର୍ଦ୍ଧମାନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲୁଥିବା ବେଳେ ହସ୍ପିଟାଲରେ ଜିଲାପାଳ, ଏସ୍‌ପି ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଅଛନ୍ତି। ସୂଚନାଯୋଗ୍ୟ, ଭାଜପା ପ୍ରଦେଶ ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂହ ମୁଜାଫରନଗରର ସର୍କୁଲାର ରୋଡରେ ଆୟୋଜିତ ଏକ ସ୍ବାଗତ ସମାରୋହରେ ଯୋଗଦେବାକୁ ପହଞ୍ଚିଥିଲେ। ସେହି ସମୟରେ ମହିଳା କର୍ମକର୍ତ୍ତାମାନେ ତାଙ୍କୁ ସ୍ବାଗତ କରିବା ପାଇଁ ଯାଉଥିବା ବେଳେ କର୍ମକର୍ତ୍ତାଙ୍କୁ ଦେଖି ସ୍ବତନ୍ତ୍ର ଦେବ ସିଂହ ମଧ୍ୟ ଗାଡିରୁ ଓହ୍ଲାଇଥିଲେ। ହେଲେ ଭିଡ଼ ଯୋଗୁ ସେହି ସମୟରେ ତାଙ୍କର ଡାହାଣ ହାତ ଗାଡିର କୌଣସି ଏକ ସ୍ଥାନରେ ବାଜି କଟି ଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Share