ସ୍ବାଇନ୍‌ ଫ୍ଲୁ ପାଇଁ ପ୍ରସ୍ତୁତ ଏସ୍‌ସିବି ମେଡିକାଲ

କଟକ ଅଫିସ,୨୮।୨: ଏସ୍‌ସିବି ମେଡିକାଲ ଚକ୍ଷୁ ବିଭାଗର ତୃତୀୟ ମହଲାରେ ଖୋଲାଯାଇଥିବା ସ୍ବତନ୍ତ୍ର ସ୍ବାଇନ୍‌ ଫ୍ଲୁ ୱାର୍ଡରେ ତିନି ଜଣ ସନ୍ଦେହରେ ଚିକିତ୍ସିତ ହୋଇ ଫେରିଛନ୍ତି। ବର୍ତ୍ତମାନ କେହି ଚିକିତ୍ସିତ ହେଉ ନ ଥିବା ମେଡିକାଲ୍‌ ସୂତ୍ରରୁ ସୂଚନା ମିଳିଛି। ଛାତି ଓ ଯକ୍ଷ୍ମା ବିଭାଗ ମୁଖ୍ୟ ପ୍ରଫେସର ଡା. ମନୋରଞ୍ଜନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ୱାର୍ଡ ଦାୟିତ୍ୱରେ ରହିଛନ୍ତି। ସ୍ବାଇନ୍‌ ଫ୍ଲୁର ଆଇସୋଲେଶନ ୱାର୍ଡରେ ୪ଟି ଆଇସିୟୁ ଶଯ୍ୟା, ସାଧାରଣ ସନ୍ଦିଗ୍ଧ ରୋଗୀଙ୍କ ପାଇଁ ୧୪ ଶଯ୍ୟା ଏବଂ ସ୍ବାଇନ୍‌ ଫ୍ଲୁ ଆକ୍ରାନ୍ତ ରୋଗୀଙ୍କ ପାଇଁ ୭ଟି ଶଯ୍ୟା ରହିଛି। ସୂଚନାଯୋଗ୍ୟ, ସ୍ବାଇନ୍‌ ଫ୍ଲ୍ୟୁରେ ଆକ୍ରାନ୍ତହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କଟକ ଅଞ୍ଚଳର ୭୨ ବର୍ଷୀୟା ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଲୋକମାନେ ଆତଙ୍କିତ ହୋଇପଡିଥିଲେ। ଅନ୍ୟପକ୍ଷରେ ଏଥିପାଇଁ ଏସ୍‌ସିବି ମେଡିକାଲରେ ସମସ୍ତ ବ୍ୟବସ୍ଥା କରାଯାଇଛି।