ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିଲେ ଦୀପବୀର

ତିରୁପତି ଦର୍ଶକ ପରେ ବଲିଉଡ୍‌ର ଚର୍ଚ୍ଚିତ ଦମ୍ପତି ରଣବୀର କପୁର ଓ ଦୀପିକା ପାଦ୍ୟୁକୋନ ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚତ୍ଛନ୍ତି। ସେଠାରେ ସେ ମଥା ଟେକିଛନ୍ତି। ପାରମ୍ପରିକ ଲୁକ୍‌ରେ ଉଭୟ ନଜର ଆସିଛନ୍ତି। ଦୀପିକା ମୁଣ୍ଡରେ ସିନ୍ଦୁର ଲଗାଇ ଓଢଣୀ ଦେଇ ଗୁରୁଜୀଙ୍କ ଆଶୀର୍ବାଦ ନେଇଥିଲେ। ମନ୍ଦିର ଦର୍ଶନ କରୁଥିବା ସମୟରେ ଦୀପବୀରଙ୍କ କିଛି ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରଥମ ବିବାହ ବାର୍ଷିକୀ ପାଳନ କରିବା ଅବସରରେ ଉଭୟ ନିଜ ପରିବାର ସହ ତିରୁପତି ଦର୍ଶନ କରିଥିଲେ। ତିରୁପତିରେ ଦୁହିଁଙ୍କୁ ବରକନ୍ୟା ବେଶରେ ଦେଖିବାକୁ ମିଳିଥିଲା ନବବଧୂଙ୍କ ପରି ଦୀପିକା ଲାଲ ଶାଢି ଓ ଗହଣା ପିନ୍ଧିଥିବାବେଳେ ରଣବୀର୍‌ ଗୋଲ୍ଡେନ କଲର ଶେରୱାନି ପିନ୍ଧିଥିଲେ। ତିରୁପତିରେ ଦର୍ଶନ କରିବା ପରେ ଦୁହେଁ ପଦ୍ମାବତୀ ମନ୍ଦିରରେ ପହଞ୍ଚିଥିଲେ। ସୂଚନାଯୋଗ୍ୟ, ଦୀପିକା ଓ ରଣବୀର ଗତବର୍ଷ ନେ୍‌qମ୍ବର ୧୪ ତାରିଖରେ ଇଟାଲୀର ଲେକ କୋମୋରେ ବିବାହ କରିଥିଲେ।

Share