ସ୍ବର୍ଗଦ୍ୱାରରୁ ବିଜୁ ପଟ୍ଟନାୟକଙ୍କ ସମାଧି ହଟିବା ଘଟଣା: ଶ୍ରେୟ ପାଇଁ ପ୍ରତିଯୋଗିତା, ଦ୍ୱନ୍ଦ୍ୱରେ ଲୋକେ

ପୁରୀ ଅଫିସ, ୩।୧୧: ସ୍ବର୍ଗଦ୍ୱାରରୁ ହଟିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ସ୍ଥଳ। ସ୍ମାରକୀ ଭାବେ କେବଳ ସ୍ମୃତି ଫଳକ ହିଁ ରହିବ। ଶୁକ୍ରବାର ବିଜେଡି ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସ୍ବର୍ଗତ ବିଜୁ ପଟ୍ଟନାୟକ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଅଛନ୍ତି। ସ୍ବର୍ଗଦ୍ୱାରରେ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଯାହା କିଛି ଥିଲା ସେ ସବୁ ରାଜ୍ୟବାସୀଙ୍କ ସେବାରେ ଲାଗିବ। ତେବେ ବିଜୁ ପଟ୍ଟନାୟକଙ୍କ ସମାଧି ସ୍ଥଳ ହଟାଯିବା ଲାଗି ଘୋଷଣା ପରେ ପରେ ଏହାର ଶ୍ରେୟ କାହାକୁ ଯିବ ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ଲୋକେ। କାରଣ ବିଭିନ୍ନ ସଙ୍ଗଠନ ଏବଂ ବ୍ୟକ୍ତିବିଶେଷ ଏହି ଶ୍ରେୟ ପାଇଁ ହକ୍‌ଦାର ବୋଲି କହୁଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଭିନ୍ନ ଚର୍ଚ୍ଚା ହେଉଛି। ପୁରୀର ଆଇନଜୀବୀ ଦିଗମ୍ବର ବେହେରା ତାଙ୍କ ଫେସ୍‌ବୁକ ଆକାଉଣ୍ଟରେ ଏହି ପ୍ରସଙ୍ଗକୁ ନେଇ ଏକ ପୋଷ୍ଟ କରିଛନ୍ତି। ସେ ଏଥିରେ ଉଲ୍ଲେଖ କରିଛନ୍ତି ଯେ, ସ୍ବର୍ଗଦ୍ୱାରରୁ ବିଜୁବାବୁଙ୍କ ସମାଧିସ୍ଥଳ ସ୍ଥାନାନ୍ତର କରି ଶାମୁକା ପ୍ରକଳ୍ପ ସଂଲଗ୍ନ (ବାଲିହରଚଣ୍ଡୀ ମନ୍ଦିରଠାରୁ ସାତପଡ଼ା ମଝି)ରେ ୫୦୦ ବର୍ଗ କିମି ଅଞ୍ଚଳକୁ ନେଇ ତାକୁ ବିକଶିତ କରାଯାଉ। ସେଠାରେ ପୃଥିବୀର ସବୁଠୁ ଉଚ୍ଚତମ ପ୍ରତିମୂର୍ତ୍ତି ଡେଙ୍ଗା ମଣିଷ ବିଜୁବାବୁଙ୍କର ପ୍ରତିମୂର୍ତ୍ତି ସ୍ଥାପନ କଲେ ଖୁବ୍‌ ଭଲ ହୁଅନ୍ତା। ତାଙ୍କର ଏହି ପ୍ରସ୍ତାବର ସମର୍ଥନରେ ଅନେକ କମେଣ୍ଟ ଦେଇଛନ୍ତି।

ସ୍ବର୍ଗଦ୍ୱାରେରେ ବିଜୁ ପଟ୍ଟନାୟକଙ୍କ ସମାଧି ସ୍ଥଳ ସ୍ଥାପନ ହେବା ପରେ ଏହାକୁ ହଟାଇବା ଲାଗି ୧୯୯୯ରେ ପୁରୀ ସିଭିଲ ଜଜ୍‌ ଜୁନିୟର ଡିଭିଜନଙ୍କ କୋର୍ଟରେ ଟାଇଟଲ ସୁଟ୍‌ (୫୨/୧୯୯୯) ଫାଇଲ ହୋଇଥିଲା। ଆଇନଜୀବୀ ରମେଶ ପ୍ରସାଦ ସିଂହ, ଆଇନଜୀବୀ ବିକାଶ ଶତପଥୀ ଓ ସାମାଜିକ କର୍ମୀ ଲକ୍ଷ୍ମୀନାରାୟଣ ତ୍ରିପାଠୀ ଏହି ମାମଲା ଦାଏର କରି ତୁରନ୍ତ ସ୍ବର୍ଗଦ୍ୱାରରୁ ବିଜୁବାବୁଙ୍କ ସମାଧିସ୍ଥଳ ହଟାଇବାକୁ ନିବେଦନ କରିଥିଲେ। ସେହିପରି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦିଆଯାଇଥିବା ଏକ ପ୍ରେସ୍‌ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଆମର ଦୀର୍ଘଦିନର ସ୍ବର୍ଗଦ୍ୱାର ମୁକ୍ତି ଆନ୍ଦୋଳନ ସଫଳ ହେଲା। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ସ୍ବାଗତଯୋଗ୍ୟ। ସ୍ବର୍ଗଦ୍ୱାର ମୁକ୍ତି ଆନ୍ଦୋଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବା ସମୟରେ ଯେଉଁ ମିଥ୍ୟା ମକଦ୍ଦମା ଆମ୍ଭମାନଙ୍କ ନାମରେ ଦାଏର ହୋଇଥିଲା ତାହାକୁ ପ୍ରତ୍ୟାହାର କରାଯାଉ ବୋଲି ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଦାବି କରିଛନ୍ତି। ଏଥିସହ ବିଜୁବାବୁଙ୍କ ସମାଧି, ପ୍ରତିମୂର୍ତ୍ତି ଓ ଡାକୋଟା ବିମାନ ଗୋଟିଏ ସ୍ଥାନରେ ରଖି ଏହାକୁ ଦର୍ଶନୀୟ ସ୍ଥାନର ଆଖ୍ୟା ଦିଆଯାଉ ବୋଲି ପଟ୍ଟନାୟକ କହିଛନ୍ତି। ଅନ୍ୟପକ୍ଷରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଶନିବାର ସିଂହଦ୍ୱାର ସମ୍ମୁଖରେ ଦୀପଦାନ କରାଯାଇଛି। ମଞ୍ଚର ସଭାପତି ଆଇନଜୀବୀ ପ୍ରସନ୍ନ ଦାଶ କହିଛନ୍ତି, ୩ ବର୍ଷ ଆନ୍ଦେଳନର ଅନ୍ତ ଘଟିଲା। ସ୍ବର୍ଗଦ୍ୱାର ଜବରଦଖଲ ଉଚ୍ଛେଦ, ସମ୍ପ୍ରସାରଣ ଓ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାରୁ ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ। ଏଥିଲାଗି ସିଂହଦ୍ୱାରରେ ଦୀପଦାନ କରାଯାଇଛି। ସେହିପରି ଶନିବାର ପୂର୍ବାହ୍ନରେ ଜଣେ ବ୍ୟକ୍ତି ଆମେ ୩ ବର୍ଷ ଧରି ଲଢେଇ କରିଥିଲୁ, କେସ୍‌ ଖାଇଛୁ। ବିଜୁବାବୁଙ୍କ ସମାଧିସ୍ଥଳ ହଟିବା ନିଷ୍ପତ୍ତି ନେଇ ଆଜି ବହୁତ ଖୁସି ବୋଲି ଗଣମାଧ୍ୟମ ସମ୍ମୁଖରେ କହିଥିଲେ। ତେବେ ଏକାଧିକ ସଙ୍ଗଠନ ଏବଂ ବ୍ୟକ୍ତିବିଶେଷଙ୍କ ଏଭଳି ମତାମତକୁ ନେଇ ପୁରୀ ବିଭିନ୍ନ ସ୍ଥାନରେ ନାନା ପ୍ରକାର ଚର୍ଚ୍ଚା ଶୁଣିବାକୁ ମିଳିଥିଲା। ପ୍ରତାପ ଶତପଥୀ ନାମକ ଜଣେ ସହରବାସୀ କହିଥିଲେ, ଏତେ ଲୋକ ଏହାର ଶ୍ରେୟ ନେବାକୁ ଆଗେଇ ଆସିବାକୁ ନେଇ ମୁଁ ଦ୍ୱନ୍ଦ୍ୱରେ ରହିଛି। ବାସ୍ତବରେ ଏହା ମୁଖ୍ୟମନ୍ତ୍ରୀଙ୍କ ତ୍ୟାଗ ନା ସମ୍ପୃକ୍ତ ବ୍ୟକ୍ତିଙ୍କ ଉଦ୍ୟମ ତାହା ଜାଣିପାରୁ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri