ସ୍ବରାଙ୍କୁ ଅଡ଼ୁଆରେ ପକାଇଲା ହାଇ ହିଲ୍‌

ମୁମ୍ବାଇ: ଅଭିନେତ୍ରୀଙ୍କ ପାଇଁ ହାଇହିଲ୍‌ ପିନ୍ଧି ଚାଲିବା ବଡ଼ କଥା ନୁହେଁ। ହେଲେ ଏହି ହାଇହିଲ୍‌ ଯୋଗୁ ଅଡ଼ୁଆରେ ପଡ଼ିଛନ୍ତି ସ୍ବରା ଭାସ୍କର। ବୁଧବାର ଆଇଫା-୨୦୧୯ ଉତ୍ସବରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା।
ସ୍ବରା ଧଳା ରଙ୍ଗର ଗାଉନ୍‌ ସହ ହାଇହିଲ୍‌ ପିନ୍ଧି ଆଇଫା ଗ୍ରୀନ୍‌ କାର୍ପେଟ୍‌ରେ ଓହ୍ଲାଇଥିଲେ। ହେଲେ ହିଲ୍‌ଟି ତାଙ୍କୁ ବହୁତ କଷ୍ଟ ଦେଉଥିଲା। ଫଳରେ ସେ ଠିକ୍‌ ଭାବେ ଚାଲି ପାରି ନ ଥିଲେ। ଶେଷରେ ହଜାର ହଜାର କ୍ୟାମେରା ସମ୍ମୁଖରେ ସେ ଗୋଡ଼ରୁ ହିଲ୍‌କୁ କାଢ଼ି ସଜାଡ଼ିବା ପରେ ପୋଜ୍‌ ଦେଇଥିଲେ। ଏହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Share