ସ୍ବପ୍ନ ସତ ହେଲା

ନାଟ୍ୟକାର, ନିର୍ଦ୍ଦେଶକ ତଥା ଅଭିନେତା ପ୍ରଦୀପ ବିଶ୍ୱାଳ। ହିନ୍ଦୁ-ମୁସ୍‌ଲିମ ଭାଇଚାରାକୁ ନେଇ ନିଜେ ରଚନା କରିଥିବା ଏବଂ ନିର୍ଦ୍ଦେଶନା ଦେଇଥିବା ତଥା ଅନ୍ୟତମ ଅଗ୍ରଣୀ ଥିଏଟର ନାଟ୍ୟାନୁଷ୍ଠାନ ‘ଶ୍ୱେତପଦ୍ମା’ ଦ୍ୱାରା ପରିବେଷିତ ମଞ୍ଚ ନାଟକ ‘ଜୀନତ’ର ସଫଳତା ତାଙ୍କ ପାଇଁ ଆଉ ଏକ ସ୍ମରଣୀୟ ଘଟଣା। କେବଳ ଏହି ନାଟକ ନୁହେଁ, ନିଜ ରଚିତ ଏବଂ ନିର୍ଦ୍ଦେଶିତ ‘ଅର୍ଦ୍ଧସତ୍ୟ’ ମଧ୍ୟ ଥିଏଟରପ୍ରେମୀଙ୍କୁ ଦେଇଛି ଏକ ଭିନ୍ନ ଧରଣର ମନୋରଞ୍ଜନ। ପ୍ରଦୀପଙ୍କର ୩୫ ବର୍ଷର ମଞ୍ଚ ନାଟକ କ୍ୟାରିୟର ଭିତରେ ସେ ୮୦ଟି ନାଟକରେ ଅଭିନୟ କରିସାରିଲେଣି। ଖାସ୍‌ କଥା ହେଲା, ତାଙ୍କ ରଚିତ ପ୍ରତିଟି ନାଟକରେ ଖଳନାୟକ ଚରିତ୍ରକୁ ସେ ଆଦୌ ସ୍ଥାନ ଦେଇ ନ ଥାଆନ୍ତି। ଏ ସମ୍ପର୍କରେ ପ୍ରଦୀପ କହନ୍ତି, ”ମୋର ଦୁଇଟି ନାଟକ-‘ଜୀନତ ଏବଂ ଅର୍ଦ୍ଧସତ୍ୟ’ର ସଫଳତାର ଶ୍ରେୟ ମୁଁ ଦର୍ଶକଙ୍କୁ ଦେବି। ଏଥିରେ ଅଭିନୟ କରିଥିବା କଳାକାର ଯେଉଁ ପରିଶ୍ରମ କରିଛନ୍ତି, ତାହାର ଫଳ ମିଳିଛି ଏବଂ ମୋର ସ୍ବପ୍ନ ସାର୍ଥକ ହୋଇଛି। ନାଟକ ଦ୍ୱୟ ଏବେ ରାଉରକେଲାରେ ଅନୁଷ୍ଠିତ ହୋଇଥିବା ସର୍ବଭାରତୀୟ ଥିଏଟର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଶଂସିତ ହୋଇଛି। ନାଟକଟିଏ ଲେଖିବା ସମୟରେ ମୁଁ ସବୁବେଳେ ଆମ ସମାଜରେ ଘଟୁଥିବା ସାମ୍ପ୍ରତିକ ଘଟଣାବଳୀକୁ ସ୍ଥାନ ଦେଇଥାଏ। ଏଥିରେ ସମାଜ ପାଇଁ ଅନେକ ଭଲ ସନ୍ଦେଶ ରହିଥାଏ। ମଞ୍ଚ ନାଟକକୁ ନୂଆ ରୂପ ଦେବାକୁ ମୁଁ ଚେଷ୍ଟା ଜାରି ରଖିଛି। ମୋ ପ୍ରତି ଥିବା ଦର୍ଶକଙ୍କ ଭଲପାଇବା ପାଇଁ ସେମାନଙ୍କ ନିକଟରେ ମୁଁ ଚିର ଋଣୀ।“


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri