ସ୍ବଦେଶ ଫେରିଲା ନ୍ୟୁଜିଲାଣ୍ଡ ଟିମ୍‌

ଅକ୍‌ଲାଣ୍ଡ, ୧୮।୭- ଆଇସିସି ବିଶ୍ୱକପ୍‌ର ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ନିକଟରୁ ବାଉଣ୍ଡାରୀ ବ୍ୟବଧାନରେ ହାରି ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିବା ନ୍ୟୁଜିଲାଣ୍ଡ ଦଳ ଗୁରୁବାର ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛି। ସିନିୟର ଖେଳାଳି ତଥା ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କ ସମେତ ଟିମ୍‌ ସୌଦୀ, ଅଲ୍‌ରାଉଣ୍ଡର କଲିନ୍‌ ଡି ଗ୍ରାଣ୍ଡହୋମ୍‌, ସ୍ପିନର ମିଚେଲ ସାଣ୍ଟନରଙ୍କ ସମେତ ୭ଜଣ କିଓ୍ବି ଖେଳାଳି ଅକ୍‌ଲାଣ୍ଡ ବିମାନବନ୍ଦରରେ ଓହ୍ଲାଇଛନ୍ତି। ‘ଏହିଭଳି ଏକ ଚମତ୍କାର ବିଶ୍ୱକପ୍‌ ଫାଇନାଲ ଖେଳିବା ଅଦ୍ଭୂତପୂର୍ବ ଅଭିଜ୍ଞତା ଥିଲା। ମ୍ୟାଚ୍‌ର ୫୦ତମ ଓଭରରେ ମୋ ବଲ୍‌ରେ ଛକା ହୋଇଥିଲା। ବେନ୍‌ ଷ୍ଟୋକ୍ସ ଓ ଜୋ ରୁଟ୍‌ ଚମତ୍କାର ପାର୍ଟନରଶିପ୍‌ କରିଥିଲେ। ବିଜୟୀ ଲାଗି ଇଂଲଣ୍ଡ ଦଳକୁ ଅଭିନନ୍ଦନ’ ବୋଲି ବୋଲ୍ଟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଦୀର୍ଘ ୪ ମାସର ବ୍ୟବଧାନ ପରେ ମୁଁ ଘରକୁ ଫେରୁଛି। ମୋ ଡଗ୍‌ ସହ ପ୍ରଥମେ ସି-ବିଚ୍‌ ବୁଲିବାକୁ ଯିବି ବୋଲି ଟୁର୍ନାମେଣ୍ଟରେ ମୋଟ୍‌ ୧୭ ଉଇକେଟ୍‌ ନେବା ସହ ଆଇସିସି ବିଶ୍ୱକପ୍‌ ଟିମ୍‌ରେ ଦ୍ୱାଦଶ ଖେଳାଳି ଭାବେ ସ୍ଥାନ ପାଇଥିବା ବୋଲ୍ଟ ଏହି ଅବସରରେ ପ୍ରକାଶ କରିଛନ୍ତି। ‘ଆମେ ଯେଉଁଭଳି ଭାବେରେ ଖେଳିଲୁ କିଓ୍ବି କ୍ରିକେଟର୍‌ଙ୍କ ଲାଗି ଏହା ଗର୍ବର ବିଷୟ’ ବୋଲି ଫାଇନାଲ ମ୍ୟାଚ୍‌ରେ ବଦଳ ଖେଳାଳିଭାବେ ଫିଲ୍ଡିଂ କରିବାକୁ ଆସି ଏକ ଦର୍ଶନୀୟ କ୍ୟାଚ୍‌ ଦ୍ୱାରା ଜୋଶ୍‌ ବଟ୍‌ଲରଙ୍କୁ ଆଉଟ୍‌ କରିଥିବା ଟିମ୍‌ ସୌଦୀ କହିଛନ୍ତି। ନ୍ୟୁଜିଲାଣ୍ଡ ଆସନ୍ତା ମାସରେ ଶ୍ରୀଲଙ୍କା ଗସ୍ତରେ ଯାଇ ସେଠାରେ ଘରୋଇ ଦଳ ବିପକ୍ଷରେ ୨ ଟେଷ୍ଟ ଓ ୩ ଟି୨୦ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

‘ତୁମେ ଆମ ଟିମର ସବୁଠାରୁ ବଡ଼ ପ୍ରେରଣା’, ଏମିତି କହି ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୪: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ରାଞ୍ଚାଇଜ ସହିତ ୧୫ ବର୍ଷ ପୂରଣ କରିବା ପାଇଁ ଅଭିନନ୍ଦନ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri