ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ରେ ଆସି ରାୟଗଡ଼ାରେ ପହଞ୍ଚିଲେ ପ୍ରବାସୀ ଓଡ଼ିଆ, ୧୪୪ ଧାରା ଜାରି

ରାୟଗଡ଼ା ଅଫିସ,୧୪ା୫: ତାମିଲନାଡୁ ରାଜ୍ୟର ତିରୁପୁରରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ରାୟଗଡ଼ାରେ ଗୁରୁବାର ପୂର୍ବାହ୍ନରେ ପହଞ୍ଚିଛି ଏକ ସ୍ବତନ୍ତ୍ର ଟ୍ରେନ୍‌। ରାୟଗଡ଼ା ଷ୍ଟେଶନରେ ଏହି ପ୍ରବାସୀ ଓଡ଼ିଆ ପହଞ୍ଚିବା ପରେ ସହରରେ ୧୪୪ ଧାରା ଜାରି କରାଯାଇଛି। ଏହି ଟ୍ରେନ୍‌ରେ ରାୟଗଡ଼ା ଜିଲାର ୨୬, ନବରଙ୍ଗପୁରର ୫୬, ଗଜପତିର ୨୮, କୋରାପୁଟର ୬ ଓ କନ୍ଧମାଳ ଜିଲାର ୫ ପ୍ରବାସୀ ଓଡ଼ିଆ ଆସିଛନ୍ତି। ମୋଟ୍‌ ୧୨୧ ପ୍ରବାସୀ ଆସି ପହଞ୍ଚିଛନ୍ତି।

ରାୟଗଡ଼ା ଜିଲାପାଳ ପ୍ରମୋଦ କୁମାର ବେହେରା ଓ ଏସ୍‌ପି ଶ୍ରବଣ ବିବେକ ରେଳ ଷ୍ଟେଶନରେ ପ୍ରବାସୀ ଓଡ଼ିଆଙ୍କୁ ସ୍ବାଗତ କରିଛନ୍ତି। ଏହାପରେ ସେମାନଙ୍କ ନାମ ରେଜିଷ୍ଟ୍ରେଶନ କରାଯାଇଛି। ସ୍କ୍ରିନିଂ କରାଯାଇ ପ୍ରାଥମିକ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇ ସ୍ବତନ୍ତ୍ର ବସ୍‌ ଯୋଗେ ସେମାନଙ୍କ ଅଞ୍ଚଳକୁ ପଠାଯିବ ବୋଲି ଜଣାପଡ଼ିଛି।