Categories: Home Leftଖେଳ

ସ୍ବତନ୍ତ୍ର ରେକର୍ଡର ଅଧିକାରୀ ବୁମରା

ମାଉଣ୍ଟ ମାଉଁଗନୁଇ,୨।୨- ନ୍ୟୁଜିଲାଣ୍ଡ ବିପକ୍ଷରେ ଏଠାରେ ଖେଳାଯାଇଥିବା ୫ମ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତୀୟ ପେସର ଯଶପ୍ରୀତ ବୁମରା ଏକ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି। ଇନିଂସର ଦ୍ୱିତୀୟ ଓଭରରେ ବୁମରା ବୋଲିଂ କରି ପ୍ରତିପକ୍ଷ ଦଳକୁ କୌଣସି ରନ୍‌ ଦେଇ ନ ଥିଲେ। କିନ୍ତୁ ନ୍ୟୁଜିଲାଣ୍ଡର ଇନ ଫର୍ମ ବ୍ୟାଟ୍ସମ୍ୟାନ କଲିନ ମୁନ୍‌ରୋଙ୍କ ଉଇକେଟ ହାତେଇଥିଲେ। ଟି୨୦ କ୍ୟାରିୟରରେ ଏହା ଥିଲା ବୁମରାଙ୍କ ୭ମ ମେଡେନ ଓଭର। ଏଥି ସହ ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ସର୍ବାଧିକ ମେଡେନ ଓଭର ପକାଇବାର ରେକର୍ଡ ବୁମରା ନିଜ ନାମରେ କରିଛନ୍ତି। ତାଙ୍କ ପୂର୍ବରୁ ଏହି ରେକର୍ଡ ଶ୍ରୀଲଙ୍କାର ପୂର୍ବତନ ପେସର ନୂଆନ କୁଲସେକରାଙ୍କ ନାମରେ ଥିଲା। ସେ ଅନ୍ତର୍ଜାତୀୟ ଟି୨୦ରେ ୬ଟି ମେଡେନ ଓଭର ପକାଇଥିଲେ।