ସ୍ବତନ୍ତ୍ର ଓଜେଇଇ ଅନ୍‌ଲାଇନ୍‌ ଆବେଦନ ଅବଧି ବୃଦ୍ଧି

ଭୁବନେଶ୍ୱର,୧୫ା୬(ବ୍ୟୁରୋ) : ସ୍ବତନ୍ତ୍ର ଓଜେଇଇ ଅନ୍‌ଲାଇନ୍‌ ଆବେଦନ ଅବଧି ବୃଦ୍ଧି କରାଯାଇଥିବା ନେଇ ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କରୋନା ଭାଇରସ୍‌ ଯୋଗୁ ବି-ଟେକ୍‌ ସ୍ପେଶାଲ ଓଜେଇଇର ଅନ୍‌ଲାଇନ୍‌ ଆବେଦନ କରିବାର ଶେଷ ତାରିଖ ଜୁନ୍‌ ୩୦ ଯାଏ ବୃଦ୍ଧି କରାଯାଇଛି। ସେହିପରି ଅନ୍‌ଲାଇନ୍‌ ଆବେଦନ ଫି’ ଦେବାର ଶେଷ ତାରିଖ ଜୁଲାଇ ୫କୁ ବୃଦ୍ଧି କରାଯାଇଥିବା ସେ ସୂଚନା ଦେଇଛନ୍ତି।
ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ପରୀକ୍ଷା ତାରିଖ ଏବଂ ଆଡ୍‌ମିଟ୍‌ କାର୍ଡ ସମ୍ପର୍କରେ ଜଣାଇ ଦିଆଯିବ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।