Categories: ଜାତୀୟ

‘ସ୍ବତଃ ମିଳିବନି ଭାରତୀୟ ନାଗରିକତ୍ୱ’

ନୂଆଦିଲ୍ଲୀ,୧୭ା୧୨(ପି.ଟି.): ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧର୍ମୀୟ ବିଦ୍ୱେଷର ଶିକାର ହୋଇ ଭାରତରେ ଶରଣ ନେଇଥିବା ହିନ୍ଦୁ, ବୌଦ୍ଧ, ଶିଖ୍‌, ପାର୍ସୀ, ଜୈନ ଓ ଖ୍ରୀଷ୍ଟିଆନମାନଙ୍କୁ ଆପଣାଛାଏଁ ଭାରତୀୟ ନାଗରିକତ୍ୱ ମିଳିଯିବ ନାହିଁ। ସିଏଏରେ ଏଥିପାଇଁ ସେମାନଙ୍କୁ କେତେଗୁଡ଼ିଏ ଜରୁରୀ ଆବଶ୍ୟକତା ପୂରଣ କରିବାକୁ ପଡିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସଂଶୋଧିତ ନାଗରିକତ୍ୱ ଆଇନକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଥିବାବେଳେ ସରକାରଙ୍କ ପକ୍ଷରୁ ଏଭଳି ସ୍ପଷ୍ଟୀକରଣ ଦିଆଯାଇଛି। ନୂଆ ଆଇନ ଆସିଯିବା ମାନେ ନୁହେଁ ବେଆଇନ ଭାବେ ରହିଥିବା ଅଣମୁସଲମାନମାନଙ୍କୁ ସ୍ବତଃ ଭାରତୀୟ ନାଗରିକତ୍ୱ ମିଳିଯିବ। ଏଥିପାଇଁ ଉପଯୁକ୍ତ ଅଧିକାରୀଙ୍କ ପାଖରେ ଆବେଦନ କରିବା ସହ କେତେକ ପ୍ରକ୍ରିୟା ମଧ୍ୟଦେଇ ଯିବାକୁ ପଡିବ ବୋଲି ଅଧିକାରୀ ଜଣକ ସ୍ପଷ୍ଟ କରିଦେଇଛନ୍ତି।

Share