ବନ୍ତ, ୨୧।୬ (ସ୍ବ.ପ୍ର.) – ପରିବେଶ ସ୍ବଚ୍ଛତା ସହିତ ଖୋଲାରେ ଶୌଚ ନ ହେବା ପାଇଁ କେନ୍ଦ୍ର ସରକାର ୨୦୧୬ ଅ୍ରକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ସ୍ବଚ୍ଛ ଭାରତ ମିଶନ ଯୋଜନା ପ୍ରଚଳନ କରିଥିଲେ। ପ୍ରତି ପରିବାରକୁ ଶୌଚାଳୟ ନିର୍ମାଣ ସକାଶେ ୧୨ ହଜାର ଟଙ୍କାର ଅନୁଦାନ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଥିଲା। ଭଦ୍ରକ ଜିଲା ବନ୍ତ ବ୍ଲକର ୨୫ ପଞ୍ଚାୟତରେ ମୋଟ ୩୩ ହଜାର ୪୪୨ ହିତାଧିକାରୀଙ୍କୁ ଶୌଚାଳୟ ନିର୍ମାଣ ପାଇଁ କାଯର୍ୟାଦେଶ ପ୍ରଦାନ କରାଯାଇଥିଲା। ସେଥିମଧ୍ୟରୁ ଏପର୍ଯ୍ୟନ୍ତ ୨୪ ହଜାର ୨୧୫ ଶୌଚାଳୟ ନିର୍ମାଣ ସରିଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ୭୩.୨୫ ପ୍ରତିଶତ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅବଶିଷ୍ଟ ୯୦୦୭ ଶୌଚାଳୟ ନିର୍ମାଣ ଲାଗି ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ବିଭାଗୀୟ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରା କହିଛନ୍ତି।
ସୂଚନା ଅନୁଯାୟୀ, ବ୍ଲକର ୨୫ ପଞ୍ଚାୟତ ମଧ୍ୟରୁ ଟିଲୋ ୯୭.୫୮ ପ୍ରତିଶତ, ଆଡ଼ିଆ ୯୭.୫୧ ଏବଂ ଓଡଙ୍ଗ ୯୬.୨୮ ପ୍ରତିଶତ ଶୌଚାଳୟ ନିର୍ମାଣ ସମ୍ପୂର୍ଣ୍ଣ କରି ସର୍ବାଗ୍ରେ ରହିଥିବା ବେଳେ କେନ୍ଦୁଆପଦା ୩୯ ପ୍ରତିଶତ, ବି.ଟି.ପୁର ୪୬.୫୯ ଓ ପଧାନପଡା ୪୮.୯୭ ପ୍ରତିଶତ ନିର୍ମାଣ କରି ନିମ୍ନରେ ରହିଛି। ମନ୍ଥର ଗତିରେ ନିର୍ମାଣ କାର୍ଯ୍ୟ କରୁଥିବା ପଞ୍ଚାୟତଗୁଡ଼ିକରେ ଖୁବ୍ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ସମ୍ପୃକ୍ତ ପଞ୍ଚାୟତ କିମ୍ବା ନିକଟସ୍ଥ ପଞ୍ଚାୟତର ମୋଟିଭେଟର ଓ ମହିଳା ସ୍ବୟଂସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯିବାକୁ ସ୍ଥିର କରାଯାଇଛି। ଆସନ୍ତା ଜୁଲାଇ ୨୦ ତାରିଖ ସୁଦ୍ଧା ଲକ୍ଷ୍ୟଧାର୍ଯ୍ୟ ପୂରଣ କରାଯିବାକୁ ପ୍ରସ୍ତୁତି ଚାଲିଛି। ୨୦ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରାଯିବ ଏବଂ ଅକ୍ଟୋବର ଶେଷ ସୁଦ୍ଧା ତଦନ୍ତ କାର୍ଯ୍ୟ ଶେଷ ହେବାର ଯୋଜନା ରହିଛି। ଏଥିପାଇଁ ସମସ୍ତ ମୋଟିଭେଟର ଓ ସ୍ବୟଂସହାୟକ ଗୋଷ୍ଠୀଙ୍କୁ ନେଇ ଶୁକ୍ରବାର ସ୍ବତନ୍ତ୍ର ବୈଠକ ଡକାଯାଇଛି। ଯୋଜନାରୁ ବାଦ୍ ପଡ଼ିଥିବା ପରିବାରକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତିି ଯୋଜନାରେ ପଲ୍ଲିସଭା ଓ ଗ୍ରାମସଭାରେ ସୁପାରିସ କରାଯାଇ ଯୋଜନାରେ ସାମିଲ କରାଯାଇପାରିବ ବୋଲି ସୂଚନା ଦିଆଯାଇଛି। ଜିଲାରେ ବନ୍ତ ବ୍ଲକ ସ୍ବଚ୍ଛ ଭାରତ ଯୋଜନାରେ ପ୍ରଥମ ହୋଇଥିବା ବେଳେ ଚାନ୍ଦବାଲି ବ୍ଲକ ପଛୁଆ ଥିବା ଜଣାପଡ଼ିଛି।
ସ୍ବଚ୍ଛ ଭାରତ ମିଶନ: ସରିଛି ୭୩.୨୫ ପ୍ରତିଶତ ଶୌଚାଳୟ ନିର୍ମାଣ: ଜୁଲାଇ ୨୦ ସୁଦ୍ଧା ଅବଶିଷ୍ଟ ସାରିବାକୁ ଲକ୍ଷ୍ୟ
ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..
ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…
ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…
ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…
ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍ଭିନ୍ କରୁଛି ସାଇଣ୍ଟିଫିକ୍ ଟିମ୍
ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…
କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…
ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍ ନିକଟରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍…
ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ
ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…
ବାଲେଶ୍ୱର ବାର୍ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ
ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…
ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…
ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…
ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……
ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…
Archives

