ସ୍ବଚ୍ଛ ଭାରତ ମିଶନ ବାଟ୍‌ବନା: ୩ ମାସେ ଭୁଷ୍‌ଲି ଗଲା ପାଏଖାନା

ଅତାବିରା, ୧୨।୯ (ଡି.ଏନ୍‌.ଏ.):  ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ଉଦେପୁର ଆର ଦେଶଭଟିଲି ଗାଁରେ ସ୍ବଚ୍ଛ ଭାରତ ଯୋଜନା ବାଟ୍‌ବନା ହେଇଛେ। ଉଦେପୁର ଗାଁର କର୍ପୂର ମିର୍ଦ୍ଧା ଆର ତାକର ପୁଓ ଦୟା ମିର୍ଦ୍ଧାକଁର ପାଏଖାନା ତିଆରି କାମ୍‌ ଅତି ଫସ୍‌କା ହେଇଛେ। ଯେନ୍‌ଥିରଲାଗି ତିଆରିର ୩ ମାସ୍‌ ନାଇଁ ଯାଉନୁ କର୍ପୂର ମିର୍ଦ୍ଧାକଁର ପାଏଖାନା ପୂରା ଭୁଷ୍‌ଲି ଯାଇଛେ। ସେନ୍‌ତା ଦୟା ମିର୍ଦ୍ଧାକଁର ପାଏଖାନା ତିଆରି କାମ୍‌ ଏଭ୍‌ତକ ନୁହେ ସରେ। ଦେଶଭଟିଲି ଗାଁର ଦାମୋଦର ସେଣ ନିଜେ ପାଏଖାନା ତିଆର କରିଥିଲେ। ହେଲେ ତାକର ଅଜାନତ୍‌ରେ କିଏ ୧୨ ହଜାର ଟଁକା ଉଠେଇ ନେଇଥିବାର ସେ ବିଡିଓକଁରନେ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ବିଡିଓ ମୂରଲୀଧର ନାୟକକୁଁ ପଚରାଲାରୁ ଘଟନାର ତଦଁତ୍‌ କରି ଠିକାଦାର ଆର ଯନ୍ତ୍ରୀକଁର ବିରୋଧ୍‌ନେ କଡ଼ା ପଦକ୍ଷେପ ନିଆଯିବା ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ଆରଡବ୍ଲ୍ୟୁଏସ୍‌ଏସ୍‌ କନିଷ୍ଠ ଯନ୍ତ୍ରୀ ଆର ଠିକାଦାରକଁର ମତାମତ ନେବାକେ ଚେଷ୍‌ଟା କରାଯାଇଥିଲେ ବି ସମ୍‌ଭବ ନାଇଁ ହେଇପାରି।