ସ୍ବଚ୍ଛ ଭାରତ ଅଭିଯାନ ପକ୍ଷରୁ ଗାନ୍ଧୀ ଜୟନ୍ତୀ : ଧରିତ୍ରୀ ପେପରରେ ବ୍ୟାଗ୍‌ କରି ଲୋକଙ୍କୁ ସଚେତନ

ବାହାନଗା,୨।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତ ସ୍ବଚ୍ଛ ଭାରତ ଅଭିଯାନ ସଙ୍ଗଠନ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ଲାଷ୍ଟିକମୁକ୍ତ ଅଭିଯାନରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହାକୁ ବାହାନଗା ତହସିଲଦାର ଦେବଯାନୀ ଭୂୟାଁ ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ସଙ୍ଗଠନ ତରଫରୁ ଧରିତ୍ରୀ ପେପରରେ ବ୍ୟାଗ୍‌ ତିଆରି କରି ଲୋକମାନଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗୋପାଳପୁର ପଞ୍ଚାୟତର ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ଲୋକପ୍ରତିନିଧିମାନେ ଯୋଗଦେଇଥିଲେ। ଏହା ସହ ତାଳକୁରୁଣିଆଁ, ଓଡ଼ଶାଳ ପଞ୍ଚାୟତ, ପଣ୍ଡାଶୁଣି ପଞ୍ଚାୟତର ନେତୃବୃନ୍ଦ ଓ ସାଧାରଣ ଜନତା, ଗୋପାଳପୁର ବଜାର କମିଟି ସଦସ୍ୟ ଏବଂ ବ୍ୟବସାୟୀ ଏଥିରେ ସାମିଲ ହୋଇଥିଲେ।